ସ୍ବର୍ଣ୍ଣ ମନ୍ଦିର ନିକଟରେ ପୁଣି ବିସ୍ଫୋରଣ
ନୂଆଦିଲ୍ଲୀ : ପଂଜାବର ସ୍ବର୍ଣ୍ଣ ମନ୍ଦିର ନିକଟରେ ପୁଣିଥରେ ବିସ୍ଫୋରଣ ହୋଇଛି। ସ୍ବର୍ଣ୍ଣ ମନ୍ଦିରର ଗୋଷ୍ଠୀ ରୋଷଶାଳା ନିକଟରେ ଆଜି ବିସ୍ଫୋରଣ ହୋଇଥିଲା। ପଂଜାବ ପୁଲିସ ଏହି ମାମଲାରେ ୫ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ପଂଜାବ ପୁଲିସ ମୁଖ୍ୟ ଗୌରବ ଯାଦବ କହିଛନ୍ତି, ଉକ୍ତ ବିଷୟ ଉପରେ ଅମୃତସରରେ ଏକ ସାମ୍ବାଦିକ ସମ୍ମିଳନୀ ହେବ। ଗୌରବ ଯାଦବ କହିଛନ୍ତି, ପଂଜାବ ପୁଲିସ ରାଜ୍ୟରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାପାଇଁ ପ୍ରତିଶୃତିବଦ୍ଧ। ତେବେ ୫ ଦିନରେ ତୃତୀୟ ଥର […]
ନୂଆଦିଲ୍ଲୀ : ପଂଜାବର ସ୍ବର୍ଣ୍ଣ ମନ୍ଦିର ନିକଟରେ ପୁଣିଥରେ ବିସ୍ଫୋରଣ ହୋଇଛି। ସ୍ବର୍ଣ୍ଣ ମନ୍ଦିରର ଗୋଷ୍ଠୀ ରୋଷଶାଳା ନିକଟରେ ଆଜି ବିସ୍ଫୋରଣ ହୋଇଥିଲା। ପଂଜାବ ପୁଲିସ ଏହି ମାମଲାରେ ୫ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ପଂଜାବ ପୁଲିସ ମୁଖ୍ୟ ଗୌରବ ଯାଦବ କହିଛନ୍ତି, ଉକ୍ତ ବିଷୟ ଉପରେ ଅମୃତସରରେ ଏକ ସାମ୍ବାଦିକ ସମ୍ମିଳନୀ ହେବ। ଗୌରବ ଯାଦବ କହିଛନ୍ତି, ପଂଜାବ ପୁଲିସ ରାଜ୍ୟରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାପାଇଁ ପ୍ରତିଶୃତିବଦ୍ଧ। ତେବେ ୫ ଦିନରେ ତୃତୀୟ ଥର ପାଇଁ ସ୍ବର୍ଣ୍ଣ ମନ୍ଦିର ନକିଟରେ ବିସ୍ଫୋରଣ ହୋଇଛି। ପୂର୍ବ ୨ଟି ବିସ୍ଫୋରଣ ସ୍ଥଳ ନିକଟରୁ ଦେଢ଼ କମି ଦୂରରେ ଏହି ବିସ୍ଫୋ ରଣ ହୋଇଛି। ଘଟଣାର ତଦନ୍ତ ପାଇଁ ପୁଲିସ କମିସନର ନୌନିହଲ ସିଂ ହ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏବଂ ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରିଛନ୍ତି।




