ସ୍ବତନ୍ତ୍ର ସଂସଦ ଅଧିବେଶନ : କର୍ମଚାରୀଙ୍କ ପାଇଁ ନୂଆ ୟୁନିଫର୍ମ
ନୂଆଦିଲ୍ଲୀ : ଆସନ୍ତା ୧୮ ତାରିଖରେ ପୁରୁଣା ସଂସଦ ଭବନରେ ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବ। ଏହାପରେ ସେପ୍ଟେମ୍ବର ୧୯ ତାରିଖରେ ଗଣେଶ ଚତୁର୍ଥୀ ଅବସରରେ ନୂଆ ସଂସଦ ଭବନରେ ପ୍ରଥମ ସରକାରୀ କାର୍ଯ୍ୟ ଆରମ୍ଭ ହେବ। ଏହି ଅବସରରେ ଏକ ଛୋଟ ପୂଜା ଅଛି। ସଂସଦର କର୍ମଚାରୀମାନେ ନୂଆ ପୋଷାକ ପିନ୍ଧିବେ। ସେମାନଙ୍କ ପାଇଁ ନୂଆ ୟୁନିଫର୍ମ ବ୍ୟବସ୍ଥା କରାଯାଇଛି। ନୂଆ ୟୁନିଫର୍ମରେ ‘ଇଣ୍ଡିଆନ୍’ ଟଚ୍ ରହିଛି। ନେହରୁ ଜାକେଟ ଏବଂ ଖାକି କଲର […]
ନୂଆଦିଲ୍ଲୀ : ଆସନ୍ତା ୧୮ ତାରିଖରେ ପୁରୁଣା ସଂସଦ ଭବନରେ ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବ। ଏହାପରେ ସେପ୍ଟେମ୍ବର ୧୯ ତାରିଖରେ ଗଣେଶ ଚତୁର୍ଥୀ ଅବସରରେ ନୂଆ ସଂସଦ ଭବନରେ ପ୍ରଥମ ସରକାରୀ କାର୍ଯ୍ୟ ଆରମ୍ଭ ହେବ। ଏହି ଅବସରରେ ଏକ ଛୋଟ ପୂଜା ଅଛି। ସଂସଦର କର୍ମଚାରୀମାନେ ନୂଆ ପୋଷାକ ପିନ୍ଧିବେ। ସେମାନଙ୍କ ପାଇଁ ନୂଆ ୟୁନିଫର୍ମ ବ୍ୟବସ୍ଥା କରାଯାଇଛି। ନୂଆ ୟୁନିଫର୍ମରେ ‘ଇଣ୍ଡିଆନ୍’ ଟଚ୍ ରହିଛି। ନେହରୁ ଜାକେଟ ଏବଂ ଖାକି କଲର ପ୍ୟାଣ୍ଟ୍ ସମେତ ପୋଷାକରେ ଅନେକ ପରିବର୍ତ୍ତନ କରାଯାଇଛି। ନିଫ୍ଟ (ନେସନାଲ ଇନଷ୍ଟିଚ୍ୟୁଟ ଅଫ ଫ୍ୟାସନ ଟେକନୋଲୋଜି) ଦ୍ବାରା ଏହି ପୋଷାକ ପ୍ରସ୍ତୁତ ହୋଇଛି। ଅମଲାଙ୍କ ବାନ୍ଧଗଳା ସୁଟ୍ ସ୍ଥାନରେ ଏକ ମାଜେଣ୍ଟା ଏବଂ ଡିପ୍ ପିଙ୍କ୍ କଲରର ନେହରୁ ଜ୍ୟାକେଟ୍ ରଖାଯାଇଛି। ସେମାନଙ୍କ ସାର୍ଟ ମଧ୍ୟ ଡିପ୍ ପିଙ୍କ୍ ରଙ୍ଗର ଏବଂ ଏଥିରେ ପଦ୍ମ ଫୁଲର ଡିଜାଇନ ହୋଇଛି। କର୍ମଚାରୀମାନେ ଖାକି କଲର ପ୍ୟାଣ୍ଟ ପିନ୍ଧିବେ। ଉଭୟ ଗୃହର ମାର୍ଶାଲଙ୍କ ପୋଷାକ ପରିବର୍ତ୍ତନ କରାଯାଇଛି। ସେମାନେ ମଣିପୁରୀ ପଗଡ଼ି ପିନ୍ଧିବେ। ସଂସଦ ଭବନ ସୁରକ୍ଷାକର୍ମୀଙ୍କ ପୋଷାକରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ସଫାରି ସୁଟ୍ ବଦଳରେ ସେମାନେ ସେନା ପୋଷାକ ଭଳି ପୋଷାକ ପିନ୍ଧିବେ। ଉଲ୍ଲେଖଯୋଗ୍ୟ ଯେ ସେପ୍ଟେମ୍ବର ୧୮ ତାରିଖରୁ ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହୋଇ ସେପ୍ଟେମ୍ବର ୨୨ ତାରିଖରେ ଅଧିବେଶନ ଶେଷ ହେବ।




