ସ୍ବତନ୍ତ୍ର ମହିଳା କମାଣ୍ଡୋ ଟିମ୍ ଗଠନ ପାଇଁ ନିଷ୍ପତ୍ତି

ନୂଆଦିଲ୍ଲୀ: ଆତଙ୍କବାଦୀ କାର୍ଯ୍ୟଳାପର ମୁକାବିଲା ପାଇଁ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍‌ଏଫ୍‌) ଏକ ସ୍ୱତନ୍ତ୍ର ମହିଳା କମାଣ୍ଡୋ ଟିମ୍ ଗଠନ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମ ଥର ପାଇଁ ଏହି ଟିମ୍‌ରେ ୧୦୦ ଜଣ ମହିଳା କର୍ମଚାରୀଙ୍କୁ ଚୟନ କରାଯାଇଛି, ଯେଉଁମାନେ ଦେଶର ବିମାନବନ୍ଦରର ସୁରକ୍ଷା ଦାୟିତ୍ୱରେ ଥିବା ଏଭିଏସନ୍ ସିକ୍ୟୁରିଟି ଗ୍ରୁପ୍ (ଏଏସ୍‌ଜି)ର ସଦସ୍ୟ ଅଛନ୍ତି। ସିଆଇଏସ୍‌ଏସ୍‌ର ୬୯ଟି ବିମାନବନ୍ଦର, ଦିଲ୍ଲୀ ମେଟ୍ରୋ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ ଏବଂ ବେସରକାରୀ କୋଠାର ସୁରକ୍ଷା […]

ସ୍ବତନ୍ତ୍ର ମହିଳା କମାଣ୍ଡୋ ଟିମ୍ ଗଠନ ପାଇଁ ନିଷ୍ପତ୍ତି
Samaya Live Picture
Published On

ନୂଆଦିଲ୍ଲୀ: ଆତଙ୍କବାଦୀ କାର୍ଯ୍ୟଳାପର ମୁକାବିଲା ପାଇଁ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍‌ଏଫ୍‌) ଏକ ସ୍ୱତନ୍ତ୍ର ମହିଳା କମାଣ୍ଡୋ ଟିମ୍ ଗଠନ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମ ଥର ପାଇଁ ଏହି ଟିମ୍‌ରେ ୧୦୦ ଜଣ ମହିଳା କର୍ମଚାରୀଙ୍କୁ ଚୟନ କରାଯାଇଛି, ଯେଉଁମାନେ ଦେଶର ବିମାନବନ୍ଦରର ସୁରକ୍ଷା ଦାୟିତ୍ୱରେ ଥିବା ଏଭିଏସନ୍ ସିକ୍ୟୁରିଟି ଗ୍ରୁପ୍ (ଏଏସ୍‌ଜି)ର ସଦସ୍ୟ ଅଛନ୍ତି। ସିଆଇଏସ୍‌ଏସ୍‌ର ୬୯ଟି ବିମାନବନ୍ଦର, ଦିଲ୍ଲୀ ମେଟ୍ରୋ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ ଏବଂ ବେସରକାରୀ କୋଠାର ସୁରକ୍ଷା ପାଇଁ ୧.୭୦ ଲକ୍ଷ ଯବାନ ଅଛନ୍ତି । ଚୟନ ହୋଇଥିବା ମହିଳା ଯବାନମାନଙ୍କୁ ମଧ୍ୟପ୍ରଦେଶର ବରୱାହସ୍ଥିତ ତାଲିମ କେନ୍ଦ୍ରରେ ୮ ସପ୍ତାହର ସ୍ୱତନ୍ତ୍ର କମାଣ୍ଡୋ ପ୍ରଶିକ୍ଷଣ ଦିଆଯାଉଛି। ଏହି ପାଠ୍ୟକ୍ରମରେ ଶାରୀରିକ ସୁସ୍ଥତା, ଅସ୍ତ୍ରଶସ୍ତ୍ର ପ୍ରଶିକ୍ଷଣ, ମାନସିକ ଚାପ ମୁକାବିଲା, ଦୌଡ଼, ଦଉଡ଼ି ଚଢ଼ିବା, ଜଙ୍ଗଲରେ ତିଷ୍ଠି ରହିବା ଆଦି ପ୍ରଶିକ୍ଷଣ ଏବଂ ୪୮ ଘଣ୍ଟାର ସ୍ୱତନ୍ତ୍ର ବ୍ୟାୟାମ ଅନ୍ତର୍ଭୁକ୍ତ ।

Tags: