ସ୍ବତନ୍ତ୍ର ଅଧିବେଶନରେ ୪ ବିଲ୍ ଆଗତ ହେବ
ନୂଆଦିଲ୍ଲୀ: :କେନ୍ଦ୍ର ସରକାର ଆସନ୍ତା ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ସଂସଦର ସ୍ବତନ୍ତ୍ର ଅଧିବେଶନ ଡକାଇଥିବା ବେଳେ ଏହି ଅବସରରେ ୪ଟି ବିଲ୍ ଆଗତ କରାଯିବ। ଏନେଇ ଆଜି ଏକ ବୁଲେଟିନ୍ ଜାରି କରାଯାଇଛି।ଅଧିବେଶନର ଦିନକ ପୂର୍ବରୁ ସରକାର ସର୍ବଦଳୀୟ ବୈଠକ ମଧ୍ୟ ଡାକିଛନ୍ତି। ଆସନ୍ତା ୧୭ ତାରିଖ ଅପରାହ୍ନ ୪ଟା ୩୦ରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏକ୍ସରେ ପୋଷ୍ଟ୍ କରିଛନ୍ତି। ସ୍ବତନ୍ତ୍ର ଅଧିବେଶନର ପ୍ରଥମ ଦିବସରେ ୭୫ ବର୍ଷର […]
ନୂଆଦିଲ୍ଲୀ: :କେନ୍ଦ୍ର ସରକାର ଆସନ୍ତା ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ସଂସଦର ସ୍ବତନ୍ତ୍ର ଅଧିବେଶନ ଡକାଇଥିବା ବେଳେ ଏହି ଅବସରରେ ୪ଟି ବିଲ୍ ଆଗତ କରାଯିବ। ଏନେଇ ଆଜି ଏକ ବୁଲେଟିନ୍ ଜାରି କରାଯାଇଛି।ଅଧିବେଶନର ଦିନକ ପୂର୍ବରୁ ସରକାର ସର୍ବଦଳୀୟ ବୈଠକ ମଧ୍ୟ ଡାକିଛନ୍ତି। ଆସନ୍ତା ୧୭ ତାରିଖ ଅପରାହ୍ନ ୪ଟା ୩୦ରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏକ୍ସରେ ପୋଷ୍ଟ୍ କରିଛନ୍ତି। ସ୍ବତନ୍ତ୍ର ଅଧିବେଶନର ପ୍ରଥମ ଦିବସରେ ୭୫ ବର୍ଷର ସଂସଦୀୟ ଯାତ୍ରା, ଉପଲବ୍ଧି, ଅନୁଭବ ଓ ସ୍ମୃତିକୁ ନେଇ ଚର୍ଚ୍ଚା ହେବ। ରାଜ୍ୟସଭାରେ ପୋଷ୍ଟ୍ ଅଫିସ ବିଲ୍-୨୦୨୩ ଏବଂ ମୁଖ୍ୟ ନିର୍ବାଚନ କମିସନ ଏବଂ ଅନ୍ୟ ନିର୍ବାଚନ କମିସନରଙ୍କ ନିଯୁକ୍ତି ସଂକ୍ରାନ୍ତ ବିଲ୍ ଆଗତ ହେବ। ଲୋକସଭାରେ ଏଡ୍ଭୋକେଟ୍ସ ଆମେଣ୍ଡ୍ମେଣ୍ଟ୍ ବିଲ୍-୨୦୨୩ ଏବଂ ପ୍ରେସ୍ ଓ ରେଜିଷ୍ଟ୍ରେସନ ଅଫ୍ ପିରିଓଡିକାଲ ବିଲ୍-୨୦୨୩ ଆଗତ ହେବ। ସ୍ବତନ୍ତ୍ର ଅଧିବେଶନରେ ଶୂନ୍ୟକାଳ ଓ ପ୍ରଶ୍ନକାଳ ରହିବନାହିଁ। ଏହା ସହିତ କୌଣସି ପ୍ରାଇଭେଟ୍ ବିଲ୍ ମଧ୍ୟ ଆଗତ ହେବନାହିଁ ବୋଲି ଜଣାପଡ଼ିଛି।
ସଂସଦୀୟ ବ୍ୟାପାର ମନ୍ତ୍ରୀ ଯୋଶୀ ୧୭ ସେପ୍ଟେମ୍ବରରେ ସର୍ବଦଳୀୟ ବୈଠକ ନେଇ ଆନୁଷ୍ଠାନିକ ଘୋଷଣା କରିବା ପରେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି । ସରକାର ଜାଣିଶୁଣି ଏଜେଣ୍ଡାକୁ ନେଇ ବିରୋଧୀ ଦଳମାନଙ୍କୁ ଅନ୍ଧାରରେ ରଖିଛନ୍ତି ବୋଲି କଂଗ୍ରେସ ଓ ଟିଏମ୍ସି ପକ୍ଷରୁ ସମାଲୋଚନା କରାଯାଇଛି।




