ସ୍ବତନ୍ତ୍ର ଅଧିବେଶନରେ ସମସ୍ତ ସଦସ୍ୟ ଗୃହରେ ଉପସ୍ଥିତ ରହିବାକୁ ହ୍ବିପ୍‌ ଜାରି କଲା ବିଜେପି

ନୂଆଦିଲ୍ଲୀ : ସ୍ବତନ୍ତ୍ର ଅଧିବେଶନରେ ସମସ୍ତ ସାଂସଦ ଗୃହରେ ଉପସ୍ଥିତ ରହିବାପାଇଁ ବିଜେପି ଆଜି ଏକ ହ୍ବିପ୍‌ ଜାରି କରିଛି। ସମସ୍ତ ଗୁରୁତ୍ବପୂର୍ଣ୍ଣ ଆଲୋଚନା ସମୟରେ ଗୃହ‌ରେ ସମସ୍ତ ସଦସ୍ୟ ଉପସ୍ଥିତ ରହିବାକୁ ଏହି ହ୍ବିପ୍‌ ଜାରି ହୋଇଛି। ଆସନ୍ତା ୧୮ ତାରିଖରୁ ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହୋଇ ୨୨ ତାରିଖରେ ଶେଷ ହେବ। ବୁଧବାର ଦିନ ସରକାର ଦେଶର ୭୫ ବର୍ଷର ଲମ୍ବା ଯାତ୍ରା ସଂକ୍ରାନ୍ତରେ ଏକ ସ୍ବତନ୍ତ୍ର ଆଲୋଚନା ପାଇଁ ତାଲିକାଭୁକ୍ତ କରିଛନ୍ତି। […]

Samaya Live Picture
Published On

ନୂଆଦିଲ୍ଲୀ : ସ୍ବତନ୍ତ୍ର ଅଧିବେଶନରେ ସମସ୍ତ ସାଂସଦ ଗୃହରେ ଉପସ୍ଥିତ ରହିବାପାଇଁ ବିଜେପି ଆଜି ଏକ ହ୍ବିପ୍‌ ଜାରି କରିଛି। ସମସ୍ତ ଗୁରୁତ୍ବପୂର୍ଣ୍ଣ ଆଲୋଚନା ସମୟରେ ଗୃହ‌ରେ ସମସ୍ତ ସଦସ୍ୟ ଉପସ୍ଥିତ ରହିବାକୁ ଏହି ହ୍ବିପ୍‌ ଜାରି ହୋଇଛି। ଆସନ୍ତା ୧୮ ତାରିଖରୁ ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହୋଇ ୨୨ ତାରିଖରେ ଶେଷ ହେବ। ବୁଧବାର ଦିନ ସରକାର ଦେଶର ୭୫ ବର୍ଷର ଲମ୍ବା ଯାତ୍ରା ସଂକ୍ରାନ୍ତରେ ଏକ ସ୍ବତନ୍ତ୍ର ଆଲୋଚନା ପାଇଁ ତାଲିକାଭୁକ୍ତ କରିଛନ୍ତି। ସେହିପରି ମୁଖ୍ୟ ନିର୍ବାଚନ କମିସନର ଏବଂ ଅନ୍ୟ ନିର୍ବାଚନ କମିସନର ନିଯୁକ୍ତି ସଂକ୍ରାନ୍ତରେ ମଧ୍ୟ ଏକ ବିଲ୍‌ ଆସିବ। ସେହିପରି ଗଣେଶ ପୂଜା ଦିନ ସଂସଦ କାର୍ଯ୍ୟ ନୂଆ ସଂସଦ ଭବନରେ ଆରମ୍ଭ ହେବ।

Tags: