ସ୍ବତନ୍ତ୍ର ଅଧିବେଶନରେ ‘ଇଣ୍ଡିଆ’କୁ ‘ଭାରତ’ କରିବାପାଇଁ ପ୍ରସ୍ତାବ ଆସିପାରେ

ନୂଆଦିଲ୍ଲୀ : ଆସନ୍ତା ସ୍ବତନ୍ତ୍ର ଅଧିବେଶନରେ ‘ଇଣ୍ଡିଆ’କୁ ‘ଭାରତ’ ଭାବେ ନାମିତ କରିବାପାଇଁ ପ୍ରସ୍ତାବ ଆସିପାରେ। ଦେଶର ସମ୍ବିଧାନର ଧାରା ୧ ଦେଶକୁ ‘ ଇଣ୍ଡିଆ, ଦାଟ୍‌ ଇଜ୍‌ ଭାରତ…’ ତଥା ଇଣ୍ଡିଆ ଯାହା ଭାରତ ବୋଲି କହୁଛି। କିନ୍ତୁ ଏବେ ଏହାକୁ କେବଳ ‘ଭାରତ’ ଭାବେ ସଂଶୋଧିତ କରିବାପାଇଁ ଦାବି ଜୋର ଧରୁଛି। ସମ୍ବିଧାନରେ ସଂଶୋଧନ ଆଣି ଇଣ୍ଡିଆ ନାମକୁ ଭାରତ କରିବାପାଇଁ ଦାବି ବଢ଼ୁଛି। ଆରଏସଏସ (ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ) ମୁଖ୍ୟ ମୋହନ ଭାଗବତ […]

Samaya Live Picture
Published On

ନୂଆଦିଲ୍ଲୀ : ଆସନ୍ତା ସ୍ବତନ୍ତ୍ର ଅଧିବେଶନରେ ‘ଇଣ୍ଡିଆ’କୁ ‘ଭାରତ’ ଭାବେ ନାମିତ କରିବାପାଇଁ ପ୍ରସ୍ତାବ ଆସିପାରେ। ଦେଶର ସମ୍ବିଧାନର ଧାରା ୧ ଦେଶକୁ ‘ ଇଣ୍ଡିଆ, ଦାଟ୍‌ ଇଜ୍‌ ଭାରତ…’ ତଥା ଇଣ୍ଡିଆ ଯାହା ଭାରତ ବୋଲି କହୁଛି। କିନ୍ତୁ ଏବେ ଏହାକୁ କେବଳ ‘ଭାରତ’ ଭାବେ ସଂଶୋଧିତ କରିବାପାଇଁ ଦାବି ଜୋର ଧରୁଛି। ସମ୍ବିଧାନରେ ସଂଶୋଧନ ଆଣି ଇଣ୍ଡିଆ ନାମକୁ ଭାରତ କରିବାପାଇଁ ଦାବି ବଢ଼ୁଛି। ଆରଏସଏସ (ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ) ମୁଖ୍ୟ ମୋହନ ଭାଗବତ ଏହି ପରିବର୍ତ୍ତନ ପାଇଁ ତାଙ୍କ ସମର୍ଥନ ଦେଇଛନ୍ତି। ମୋହନ ଭାଗବତ କହିଛନ୍ତି, ଅନେକ ଶତାବ୍ଦୀ ଧରି ଦେଶ ‘ଭାରତ’ ଭାବେ ପରିଚିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମାନ ଭାବନା ପରିପ୍ରକାଶ କରିଛନ୍ତି। ନିକଟରେ ଶେଷ ହୋଇଥିବା ମୌସୁମୀ ଅଧିବେଶନରେ ବିଜେପି ରାଜ୍ୟସଭା ସାଂସଦ ନରେଶ ବନସଲ ସମ୍ବିଧାନରୁ ‘ଇଣ୍ଡିଆ’ ନାମ ହଟାଇବାପାଇଁ ଦାବି କରିଥିଲେ। ଏହା ଉପନିବେଶ ଦାସତ୍ବର ପ୍ରତୀକ ଅଟେ ବୋଲି ସେ କହିଥିଲେ। ବିଜେପି ସାଂସଦ ହରନାଥ ସିଂହ ଯାଦବ ମଧ୍ୟ ତାଙ୍କୁ ଅନୁକରଣ କରିଥିଲେ। ‘ଇଣ୍ଡିଆ’କୁ ‘ଭାରତ’ କରିବାପାଇଁ ସମ୍ବିଧାନରେ ସଂଶୋଧନ ଆଣିବାକୁ ସେ କହିଥିଲେ। ଆସନ୍ତା ୧୮ ତାରିଖରେ ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେଉଥିବାରୁ ଇଣ୍ଡିଆ ନାମ ବଦଳାଇବାପାଇଁ ସାମ୍ବିଧାନିକ ସଂଶୋଧନ ବିଲ୍‌ ଆସିପାରେ। ଇତି ମଧ୍ୟରେ ରାଷ୍ଟ୍ରପତି ଭବନ ପକ୍ଷରୁ ଜି-୨୦ ପ୍ରତିନିଧିଙ୍କ ପାଇଁ ସରକାରୀ ଭାବେ କରାଯାଇଥିବା ନିମନ୍ତ୍ରଣରେ ଲେଖାଯାଇଛି ‘ ପ୍ରେସିଡେଣ୍ଟ୍‌ ଅଫ୍‌ ଭାରତ’।

Tags: