ସୌରଜଗତ ବାହାରେ ୬ଟି ନୂଆ ଗ୍ରହ ଆବିଷ୍କାର କଲା ନାସା
ୱାସିଂଟନ: ଆମ ସୌରଜଗତ ବାହାରେ ନାସା ଦ୍ବାରା ଆଉ ୬ଟି ନୂଆ ଗ୍ରହ ଆବିଷ୍କାର କରାଯାଇଛି। ଫଳରେ ସମୁଦାୟ ବହିର୍ଗ୍ରହ ସଂଖ୍ୟା ୫,୫୦୨କୁ ବୃଦ୍ଧି ପାଇଛି। ନୂତନ ଆବିଷ୍କୃତ ବହିର୍ଗ୍ରହଗୁଡିକ ହେଲା ଏଚ୍ଡି ୩୬୩୮୪ ବି, ଟିଓଆଇ-୧୯୮ ବି, ଟିଓଆଇ-୨୦୯୫ ବି, ଟିଓଆଇ-୨୦୯୫ ସି, ଟିଓଆଇ-୪୮୬୦ ବି ଓ ଏମ୍ଡବ୍ଲ୍ୟୁସି ୭୫୮ ସି। ପାଖାପାଖି ୩୧ ବର୍ଷ ପୂର୍ବେ ୧୯୯୨ ମସିହାରେ ପ୍ରଥମେ ବୈଜ୍ଞାନିକମାନେ ପଲସର ପିଏସ୍ଆର୍ ବି୧୨୫୭+୧୨ ନକ୍ଷତ୍ରକୁ ପରିକ୍ରମା କରୁଥିବା ପୋଲଟର୍ଜିଷ୍ଟ ଓ ଫୋବେଟର […]
ୱାସିଂଟନ: ଆମ ସୌରଜଗତ ବାହାରେ ନାସା ଦ୍ବାରା ଆଉ ୬ଟି ନୂଆ ଗ୍ରହ ଆବିଷ୍କାର କରାଯାଇଛି। ଫଳରେ ସମୁଦାୟ ବହିର୍ଗ୍ରହ ସଂଖ୍ୟା ୫,୫୦୨କୁ ବୃଦ୍ଧି ପାଇଛି। ନୂତନ ଆବିଷ୍କୃତ ବହିର୍ଗ୍ରହଗୁଡିକ ହେଲା ଏଚ୍ଡି ୩୬୩୮୪ ବି, ଟିଓଆଇ-୧୯୮ ବି, ଟିଓଆଇ-୨୦୯୫ ବି, ଟିଓଆଇ-୨୦୯୫ ସି, ଟିଓଆଇ-୪୮୬୦ ବି ଓ ଏମ୍ଡବ୍ଲ୍ୟୁସି ୭୫୮ ସି। ପାଖାପାଖି ୩୧ ବର୍ଷ ପୂର୍ବେ ୧୯୯୨ ମସିହାରେ ପ୍ରଥମେ ବୈଜ୍ଞାନିକମାନେ ପଲସର ପିଏସ୍ଆର୍ ବି୧୨୫୭+୧୨ ନକ୍ଷତ୍ରକୁ ପରିକ୍ରମା କରୁଥିବା ପୋଲଟର୍ଜିଷ୍ଟ ଓ ଫୋବେଟର ନାମକ ଦୁଇଟି ଗ୍ରହକୁ ଠାବ କରିଥିଲେ। ୨୦୨୨ ମାର୍ଚ୍ଚ ବେଳକୁ ଆବିଷ୍କୃତ ଏକ୍ସୋପ୍ଲାନେଟ୍ (ବହିର୍ଗ୍ରହ) ସଂଖ୍ୟା ୫,୦୦୦ ଅତିକ୍ରମ କରିଥିଲା।




