ସୋସିଆଲ ମିଡିଆ ପୋଷ୍ଟ୍ ପାଇଁ ଅକୋଲାରେ ସଂଘର୍ଷ, ଜଣେ ମୃତ, ୮ ଆହତ
ଅକୋଲା: ଆପତ୍ତିଜନକ ସୋସିଆଲ ମିଡିଆ ପୋଷ୍ଟ୍ ପାଇଁ ମହାରାଷ୍ଟ୍ରର ଅକୋଲା ନଗରୀରେ ଶନିବାର ରାତିରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଭୀଷଣ ସଂଘର୍ଷ ଘଟିବାରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ୭/୮ଜଣ ଆହତ ହୋଇଛନ୍ତି। ଆଇନ ଶୃଙ୍ଖଳା ସ୍ଥିତି ପାଇଁ ସମ୍ପୃକ୍ତ ଅଞ୍ଚଳରେ ଧାରା ୧୪୪ ଲାଗୁ ହୋଇଛି। ସୂଚନାନୁଯାୟୀ ଅକୋଲାର ଓଲ୍ଡ୍ ସିଟି ଥାନା ଅଞ୍ଚଳର ସଂଗଠିତ ଏହି ସଂଘର୍ଷରେ ଉତ୍ତ୍ୟକ୍ତ ଜନତା ଗାଡ଼ି ମୋଟରରେ ବି ନିଆଁ ଲଗାଇ ଦେଇଛନ୍ତି। ଆହତ ବ୍ୟକ୍ତିଙ୍କ ମଧ୍ୟରେ ୨ଜଣ […]
ଅକୋଲା: ଆପତ୍ତିଜନକ ସୋସିଆଲ ମିଡିଆ ପୋଷ୍ଟ୍ ପାଇଁ ମହାରାଷ୍ଟ୍ରର ଅକୋଲା ନଗରୀରେ ଶନିବାର ରାତିରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଭୀଷଣ ସଂଘର୍ଷ ଘଟିବାରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ୭/୮ଜଣ ଆହତ ହୋଇଛନ୍ତି। ଆଇନ ଶୃଙ୍ଖଳା ସ୍ଥିତି ପାଇଁ ସମ୍ପୃକ୍ତ ଅଞ୍ଚଳରେ ଧାରା ୧୪୪ ଲାଗୁ ହୋଇଛି। ସୂଚନାନୁଯାୟୀ ଅକୋଲାର ଓଲ୍ଡ୍ ସିଟି ଥାନା ଅଞ୍ଚଳର ସଂଗଠିତ ଏହି ସଂଘର୍ଷରେ ଉତ୍ତ୍ୟକ୍ତ ଜନତା ଗାଡ଼ି ମୋଟରରେ ବି ନିଆଁ ଲଗାଇ ଦେଇଛନ୍ତି। ଆହତ ବ୍ୟକ୍ତିଙ୍କ ମଧ୍ୟରେ ୨ଜଣ ପୁଲିସ କର୍ମଚାରୀ ଅଛନ୍ତି। ପରସ୍ଥିତି ନିୟନ୍ତ୍ରଣ କରିବାକୁ ସହରରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପୁଲିସ ଅନୁଯାୟୀ ଜଣେ ଧାର୍ମିକ ନେତାଙ୍କ ସମ୍ପର୍କରେ ଆପତ୍ତିଜନକ ଇନଷ୍ଟାଗ୍ରାମ ପୋଷ୍ଟ୍ ଯୋଗୁଁ ଶନିବାର ବିଳମ୍ବିତ ରାତିରେ ଅକୋଲା ଥାନା ନିକଟରେ ବହୁସଂଖ୍ୟକ ଲୋକ ଏକତ୍ର ହୋଇଥିଲେ। ସେଠାରେ ଦୁଇ ସମ୍ପ୍ରଦାୟ ପରସ୍ପର ଉପରକୁ ଟେକାପଥର ଫିଙ୍ଗିବା ସହିତ ଯାନବାହନରେ ନିଆଁ ଲଗାଇ ଦେଲେ। ଅକୋଲା ଥାନା ଅଧୀନସ୍ଥ ୩ଟି ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ଅତିରିକ୍ତ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ମନିକା ରାଉତ ହିଂସାକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି। ଉତ୍ତ୍ୟକ୍ତ ଜନତାଙ୍କୁ ଘଉଡ଼ାଇବାକୁ ପୁଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ଏବେ ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି। ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଲାଗି ଜିଲ୍ଲା ମାଜିଷ୍ଟ୍ରେଟ୍ ନୀମା ଅରୋରା ୧୪୪ ଧାରା ଜାରି କରିଛନ୍ତି।




