ସୋରେନ ପରିବାରରେ ୧୫ ବର୍ଷ ଧରି ବିଦ୍ରୋହ କରିଥିବା ସୀତା ସୋରେନ ବିଜେପିରେ ଯୋଗ ଦେଲେ
ନୂଆଦିଲ୍ଲୀ : ୨୦୦୯ରେ ଜେଏମଏମ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା) ଏହାର ଉତ୍ତରାଧିକାରୀ ଦୁର୍ଗା ସୋରେନଙ୍କୁ ହରାଇଲା। ଦୁର୍ଗା ସୋରେନଙ୍କୁ ସେ ସମୟରେ ମାତ୍ର ୩୯ ବର୍ଷ ହୋଇଥିଲା। ଦୁର୍ଗା ହେଉଛନ୍ତି ଜେଏମଏମ୍ ପ୍ରତିଷ୍ଠାତା ଶିବୁ ସୋରେନଙ୍କ ବଡ଼ ପୁଅ। ସେ ଥିଲେ ଦଳର ଉତ୍ତରାଧିକାରୀ । ସୋରେନ ଭାଇ , ଭଉଣୀ ତଥା ଦୁର୍ଗା, ହେମନ୍ତ, ବସନ୍ତ ଏବଂ ଭଉଣୀ ଅଞ୍ଜଳିଙ୍କ ମଧ୍ୟରୁ ଦୁର୍ଗା ଜେଏମଏମର ଦାୟିତ୍ବ ନେଇଥିଲେ। କିନ୍ତୁ ତାଙ୍କ ଜୀବନ ଖୁବ୍ ଛୋଟ ଥିଲା। […]
ନୂଆଦିଲ୍ଲୀ : ୨୦୦୯ରେ ଜେଏମଏମ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା) ଏହାର ଉତ୍ତରାଧିକାରୀ ଦୁର୍ଗା ସୋରେନଙ୍କୁ ହରାଇଲା। ଦୁର୍ଗା ସୋରେନଙ୍କୁ ସେ ସମୟରେ ମାତ୍ର ୩୯ ବର୍ଷ ହୋଇଥିଲା। ଦୁର୍ଗା ହେଉଛନ୍ତି ଜେଏମଏମ୍ ପ୍ରତିଷ୍ଠାତା ଶିବୁ ସୋରେନଙ୍କ ବଡ଼ ପୁଅ। ସେ ଥିଲେ ଦଳର ଉତ୍ତରାଧିକାରୀ । ସୋରେନ ଭାଇ , ଭଉଣୀ ତଥା ଦୁର୍ଗା, ହେମନ୍ତ, ବସନ୍ତ ଏବଂ ଭଉଣୀ ଅଞ୍ଜଳିଙ୍କ ମଧ୍ୟରୁ ଦୁର୍ଗା ଜେଏମଏମର ଦାୟିତ୍ବ ନେଇଥିଲେ। କିନ୍ତୁ ତାଙ୍କ ଜୀବନ ଖୁବ୍ ଛୋଟ ଥିଲା। ଦୁର୍ଗାଙ୍କର ପତ୍ନୀ ସୀତା ଏବଂ ୩ ଝିଅ ରାଜଶ୍ରୀ, ଜୟଶ୍ରୀ ଏବଂ ବିଜୟଶ୍ରୀ ଅଛନ୍ତି। ତେବେ ଦୁର୍ଗା ସୋରେନଙ୍କ ମୃତ୍ୟୁ ପରେ ସୋରେନ ପରିବାର ତାଙ୍କ ବିଚାରଧାରାକୁ ସମ୍ମାନ ଦେଲାନି। ଏହା ଫଳରେ ତାଙ୍କ ପତ୍ନୀ ଏବଂ ଝିଅମାନେ ଜେଏମଏମରେ ଅନ୍ୟ ଏକ କ୍ଷମତା କେନ୍ଦ୍ର ସୃଷ୍ଟି କଲେ। ତେବେ ୧୫ ବର୍ଷ ପରେ ଦୁର୍ଗା ସୋରେନଙ୍କ ପତ୍ନୀ ସୀତା ଜେଏମଏମର ସବୁ ଦଳୀୟ ପଦବିରୁ ଇସ୍ତଫା ଦେଇଛନ୍ତି। ସେ ମଧ୍ୟ ଝାଡ଼ଖଣ୍ଡ ବିଧାନସଭାର ଜାମା ଆସନରୁ ଇସ୍ତଫା ଦେଇଛନ୍ତି। ତାଙ୍କ ବିରୋଧରେ ଏବଂ ତାଙ୍କ ଝିଅମାନଙ୍କ ବିରୋଧରେ ଦଳ ଷଡ଼ଯନ୍ତ୍ର କରିଛି ବୋଲି ସେ ଅଭିଯୋଗ କରିଛନ୍ତି। ତେବେ ଜେଏମଏମରୁ ଇସ୍ତଫା ଦେବାର କିଛି ଘଣ୍ଟା ପରେ ସୀତା ସୋରେନ ବିଜେପିରେ ଯୋଗ ଦେଇଛନ୍ତି।




