ସୋପୁର ଏନକାଉଣ୍ଟରରେ ଜଣେ ନାଗରିକ ଆହତ
ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରର ସୋପୁରରେ ଆଜି ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ନୌପୁରା ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ଖବର ପାଇ ଆଜି ପୁଲିସ ଏବଂ ସେନାର ଏକ ଟିମ୍ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ସେମାନଙ୍କ ଉପରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଜଣେ ନାଗରିକ ଆହତ ହୋଇଛନ୍ତି। ତେବେ ଲସ୍କର ଏ ତଏବାର ଜଣେ ଶୀର୍ଷ କମାଣ୍ଡର ଏବଂ ତା’ ସହଯୋଗୀକୁ ଉକ୍ତ ଅଞ୍ଚଳରେ ଘେରାବନ୍ଦି […]
ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରର ସୋପୁରରେ ଆଜି ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ନୌପୁରା ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ଖବର ପାଇ ଆଜି ପୁଲିସ ଏବଂ ସେନାର ଏକ ଟିମ୍ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ସେମାନଙ୍କ ଉପରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଜଣେ ନାଗରିକ ଆହତ ହୋଇଛନ୍ତି। ତେବେ ଲସ୍କର ଏ ତଏବାର ଜଣେ ଶୀର୍ଷ କମାଣ୍ଡର ଏବଂ ତା’ ସହଯୋଗୀକୁ ଉକ୍ତ ଅଞ୍ଚଳରେ ଘେରାବନ୍ଦି ରଖାଯାଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ ଜମ୍ମୁ କାଶ୍ମୀରର ବାନ୍ଦିପୁରାରେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଜଣେ ସେନା ଯବାନ ଆହତ ହେବାର ଦିନକ ପରେ ଏହି ଘଟଣା ଘଟିଛି। ଚିଣ୍ଟିବନ୍ଦି ଗ୍ରାମରେ ସୁରକ୍ଷାକର୍ମୀ ଘରକୁ ଘର ସର୍ଚ୍ଚ କରୁଥିବାବେଳେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି।




