ସୋପିଆନ ଏନକାଉଣ୍ଟର , ଜଣେ ଆତଙ୍କବାଦୀ ନିପାତ
ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀର ସୋପିଆନରେ ଆଜି ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ଜଣେ ଆତଙ୍କବାଦୀ ନିପାତ ହୋଇଛି। କାଠୋହାଲେନ ଅଞ୍ଚଳରେ ଆଜି ଏହି ଏନକାଉଣ୍ଟର ହୋଇଛି। ନିହତ ଆତଙ୍କବାଦୀକୁ ମିସେର ଅହମଦ ଦାର୍ ବୋଲି ଚିହ୍ନଟ କରାଯାଇଛି। ସେ ଟିଆରଏଫ୍ (ସି ରେଜିଷ୍ଟାନ୍ସ ଫ୍ରଣ୍ଟ୍) ଗୋଷ୍ଠୀ ସହ ଜଡ଼ିତ। ଦକ୍ଷିଣ କାଶ୍ମୀରର କାଠୋହାଲେନରେ ଆତଙ୍କବାଦୀଙ୍କ ଗତିବିଧି ସଂକ୍ରାନ୍ତରେ ଖବର ପାଇ ସୁରକ୍ଷାକର୍ମୀମାନେ ଏଠାରେ ସର୍ଚ୍ଚ୍ା ଅପରେସନ୍ ଆରମ୍ଭ କରିଥିଲେ। ସୁରକ୍ଷାକର୍ମୀ ଅପରେସନ୍ […]
ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀର ସୋପିଆନରେ ଆଜି ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ଜଣେ ଆତଙ୍କବାଦୀ ନିପାତ ହୋଇଛି। କାଠୋହାଲେନ ଅଞ୍ଚଳରେ ଆଜି ଏହି ଏନକାଉଣ୍ଟର ହୋଇଛି। ନିହତ ଆତଙ୍କବାଦୀକୁ ମିସେର ଅହମଦ ଦାର୍ ବୋଲି ଚିହ୍ନଟ କରାଯାଇଛି। ସେ ଟିଆରଏଫ୍ (ସି ରେଜିଷ୍ଟାନ୍ସ ଫ୍ରଣ୍ଟ୍) ଗୋଷ୍ଠୀ ସହ ଜଡ଼ିତ। ଦକ୍ଷିଣ କାଶ୍ମୀରର କାଠୋହାଲେନରେ ଆତଙ୍କବାଦୀଙ୍କ ଗତିବିଧି ସଂକ୍ରାନ୍ତରେ ଖବର ପାଇ ସୁରକ୍ଷାକର୍ମୀମାନେ ଏଠାରେ ସର୍ଚ୍ଚ୍ା ଅପରେସନ୍ ଆରମ୍ଭ କରିଥିଲେ। ସୁରକ୍ଷାକର୍ମୀ ଅପରେସନ୍ ଜାରି ରଖିଥିବା ସମୟରେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ପ୍ରଥମେ ଗୁଳିମାଡ଼ କରିଥିଲେ। ପାଲଟା ଜବାବ ଦେଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଗୁଳିମାଡ଼ ଆରମ୍ଭ ହୋଇଥିଲା। ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଜଣେ ଆତଙ୍କବାଦୀ ନିପାତ ହୋଇଛି। ସେହିପରି ପୃଥକ୍ ଏକ ଘଟଣାରେ ସାମ୍ବା ଜିଲ୍ଲାର ରାମଗଡ଼ ସେକ୍ଟର ସ୍ଥିତ ଅନ୍ତର୍ଜାତୀୟ ସୀମା ନିକଟରେ ପାକ୍ ରେଂଜର୍ସଙ୍କ ଗୁଳିମାଡ଼ରେ ଜଣେ ବିଏସଏଫ୍ ଯବାନ ଆହତ ହୋଇଛନ୍ତି। ଗତ ୨୪ ଦିନ ମଧ୍ୟରେ ପାକ୍ ରେଞ୍ଜର୍ସମାନେ ଜମ୍ମୁ ଫ୍ରଣ୍ଟିୟର୍ର ଅନ୍ତର୍ଜାତୀୟ ସୀମା ନିକଟରେ ୩ ଥର ଅସ୍ତ୍ରବିରତି ଉଲ୍ଳଂଘନ କଲେଣି।




