ସୋନିଆଙ୍କୁ ଜ୍ବର, ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ

ନୂଆଦିଲ୍ଲୀ : କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧି ଅସୁସ୍ଥ ହୋଇ ପଡ଼ିଛନ୍ତି। ସୋନିଆଙ୍କୁ ସାମାନ୍ୟ ଜ୍ବର ହୋଇଥିବାରୁ ତାଙ୍କୁ ଆଜି ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତେବେ ସୋନିଆଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଏହାପୂର୍ବରୁ ସୋନିଆ ଚଳିତ ବର୍ଷ ଆଉ ୨ ଥର ଚିିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସୋନିଆ ନିକଟରେ ଗତ ଅଗଷ୍ଟ ୩୧ ତାରିଖରେ ବିରୋଧୀ ଇଣ୍ଡିଆ ମେଣ୍ଟର ବୈଠକରେ ଯୋଗ ଦେଇଥିଲେ। […]

Samaya Live Picture
Published On

ନୂଆଦିଲ୍ଲୀ : କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧି ଅସୁସ୍ଥ ହୋଇ ପଡ଼ିଛନ୍ତି। ସୋନିଆଙ୍କୁ ସାମାନ୍ୟ ଜ୍ବର ହୋଇଥିବାରୁ ତାଙ୍କୁ ଆଜି ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତେବେ ସୋନିଆଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଏହାପୂର୍ବରୁ ସୋନିଆ ଚଳିତ ବର୍ଷ ଆଉ ୨ ଥର ଚିିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସୋନିଆ ନିକଟରେ ଗତ ଅଗଷ୍ଟ ୩୧ ତାରିଖରେ ବିରୋଧୀ ଇଣ୍ଡିଆ ମେଣ୍ଟର ବୈଠକରେ ଯୋଗ ଦେଇଥିଲେ। ଶ୍ବାସକ୍ରିୟା ଜନିତ ସଂକ୍ରମଣ ପାଇଁ ସୋନିଆ ଗତ ଜାନୁଆରି ୧୨ ତାରିଖରେ ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଜାନୁଆରି ୧୭ରୁ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ। ଏହାପରେ ସୋନିଆ ଗାନ୍ଧି ମାର୍ଚ୍ଚ ୨ ତାରିଖରେ ପୁଣିଥରେ ଜ୍ବର ପାଇଁ ହସ୍ପିଟାଲରେ ଭର୍ତ୍ତି ‌ହୋଇଥିଲେ। ଉଲ୍ଲେଖଯୋଗ୍ୟ ଯେ ସୋନିଆ ନିକଟରେ ଇଣ୍ଡିଆ ମେଣ୍ଟର ମୁମ୍ବାଇ ବୈଠକରେ ଯୋଗ ଦେଇଥିଲେ।

Tags: