ସୋନିଆଙ୍କୁ କହିଲେ ମହିଳା ଚାଷୀ, ‘ରାହୁଲଙ୍କୁ ବିବାହ କରିଦିଅ’

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ନିକଟରେ ହରିୟାଣାର ସୋନିପତ ଯାଇଥିଲେ। ହରିୟାଣାର ସୋନିପତରେ ସେ ମହିଳା ଚାଷୀମାନଙ୍କୁ ତାଙ୍କ ଘରକୁ ନିମନ୍ତ୍ରଣ କରିଥିଲେ। ରାହୁଲଙ୍କ ଅନୁରୋଧ ରକ୍ଷା କରି ସୋନିପତର ମହିଳା ଚାଷୀମାନେ ସୋନିଆଙ୍କ ୧୦ ଜନପଥ ବାସଭବନ ଯାଇଥିଲେ। ସେମାନେ ସୋନିଆ ଏବଂ ପ୍ରିୟଙ୍କାଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ ଏବଂ ଖୁସିମଜା କରିଥିଲେ। ତେବେ ଏହି ସମୟରେ ଜଣେ ମହିଳା ସୋନିଆଙ୍କୁ କହିଥିଲେ ‘ରାହୁଲ ଜୀଙ୍କୁ ବିବାହ କରିଦିଅ’। ଏହାର ଉତ୍ତରରେ […]

Samaya Live Picture
Published On

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ନିକଟରେ ହରିୟାଣାର ସୋନିପତ ଯାଇଥିଲେ। ହରିୟାଣାର ସୋନିପତରେ ସେ ମହିଳା ଚାଷୀମାନଙ୍କୁ ତାଙ୍କ ଘରକୁ ନିମନ୍ତ୍ରଣ କରିଥିଲେ। ରାହୁଲଙ୍କ ଅନୁରୋଧ ରକ୍ଷା କରି ସୋନିପତର ମହିଳା ଚାଷୀମାନେ ସୋନିଆଙ୍କ ୧୦ ଜନପଥ ବାସଭବନ ଯାଇଥିଲେ। ସେମାନେ ସୋନିଆ ଏବଂ ପ୍ରିୟଙ୍କାଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ ଏବଂ ଖୁସିମଜା କରିଥିଲେ। ତେବେ ଏହି ସମୟରେ ଜଣେ ମହିଳା ସୋନିଆଙ୍କୁ କହିଥିଲେ ‘ରାହୁଲ ଜୀଙ୍କୁ ବିବାହ କରିଦିଅ’। ଏହାର ଉତ୍ତରରେ ସୋନିଆ କହିଥିଲେ ଗୋଟିଏ ଝିଅ ଠିକ୍‌ କରିଦିଅ। ରାହୁଲ ଏହାପରେ କହିଥିଲେ ହଁ ଏହା ହେବ। ଏହାର ଏକ ଭିଡିଓ ଆଜି ରାହୁଲ ଟ୍ବିଟ୍‌ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ କିଛିଦିନ ତଳେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ରାହୁଲଙ୍କୁ ଶୀଘ୍ର ବାହା ହୋଇଯିବାପାଇଁ କହିଥିଲେ।

Tags: