ସୈଫ୍‌ଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ସନ୍ଦେହ ପ୍ରକଟ କଲେ ମହାରାଷ୍ଟ୍ର ମନ୍ତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୈଫ୍‌ ଅଲୀ ଖାନ୍‌ଙ୍କ ଉପରେ ହୋଇଥିବା ଛୁରାମାଡ଼କୁ ନେଇ ଚର୍ଚ୍ଚା ଲାଗି ରହିଛି। ଏବେ ମହାରାଷ୍ଟ୍ର ମନ୍ତ୍ରୀ ନିତେଶ ରାଣେ ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ ସୈଫ୍‌ଙ୍କ ଉପରେ ବାସ୍ତବରେ ଆକ୍ରମଣ ହୋଇଛି ନା ସେ ଅଭିନୟ କରୁଥିଲେ ? ଜଣେ ଚୋର ଅଭିନେତାଙ୍କ ଘରକୁ ଚୋରି କରିବାକୁ ଆସି ତାଙ୍କ ସାନ ପୁଅ ଶୋଇଥିବା ଘରକୁ ପ୍ରବେଶ […]

Samaya Live Picture
Published On

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୈଫ୍‌ ଅଲୀ ଖାନ୍‌ଙ୍କ ଉପରେ ହୋଇଥିବା ଛୁରାମାଡ଼କୁ ନେଇ ଚର୍ଚ୍ଚା ଲାଗି ରହିଛି। ଏବେ ମହାରାଷ୍ଟ୍ର ମନ୍ତ୍ରୀ ନିତେଶ ରାଣେ ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ ସୈଫ୍‌ଙ୍କ ଉପରେ ବାସ୍ତବରେ ଆକ୍ରମଣ ହୋଇଛି ନା ସେ ଅଭିନୟ କରୁଥିଲେ ? ଜଣେ ଚୋର ଅଭିନେତାଙ୍କ ଘରକୁ ଚୋରି କରିବାକୁ ଆସି ତାଙ୍କ ସାନ ପୁଅ ଶୋଇଥିବା ଘରକୁ ପ୍ରବେଶ କରିଥିଲା। ସାନ ପୁଅ ଜୈହ୍‌ଙ୍କ ରୁମ୍‌ରେ ଥିବା ତାଙ୍କ ନାନି ଚିତ୍କାର କରିବାରୁ ସୈଫ୍‌ ଯାଇ ଚୋରକୁ ସାମ୍ନା କରିଥିଲେ। ଚୋର ଜଣକ ସୈଫ୍‌ଙ୍କୁ ଛୁରୀରେ ଆକ୍ରମଣ କରିଥିଲା। ତା’ପରେ ଅଭିନେତାଙ୍କୁ ଜଣେ ଅଟୋ ଚାଳକ ଗାଡ଼ିରେ ନେଇ ଲୀଲାବତୀ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ଏବେ ସେ ମୁମ୍ବାଇର ଲୀଲାବତୀ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବା ପରେ ମନ୍ତ୍ରୀଙ୍କର ଏପରି ବୟାନ ଆସିଛି। ପୁଣେରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ ରାଣେ କହିଛନ୍ତି, “ଡିସଚାର୍ଜ ହେବା ପରେ ଯେତେବେଳେ ମୁଁ ସୈଫ୍ ଅଲ୍ଲୀ ଖାନଙ୍କୁ ଦେଖିଲି, ମୁଁ ସନ୍ଦେହ‌ରେ ପଡ଼ିଗଲି ଯେ ସେ ପ୍ରକୃତରେ ଛୁରାମାଡ଼ରେ ଆଘାତପ୍ରାପ୍ତ ହୋଇଥିଲେ ନା କେବଳ ଅଭିନୟ କରିଥିଲେ।”

Tags: