ସୈନିକ ସ୍କୁଲର ଘରୋଇକରଣ ବିରୋଧରେ ରାଷ୍ଟ୍ରପତି ମୁର୍ମୁଙ୍କ ନିକଟକୁ ଚିଠି ଲେଖିଲେ ଖଡ଼ଗେ

ନୂଆଦିଲ୍ଲୀ : କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ବୁଧବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ଚିଠି ଲେଖିଛନ୍ତି। ସୈନିକ ସ୍କୁଲର ଘରୋଇକରଣ ହେଉଥିବା ଅଭିଯୋଗରେ ଖଡ଼ଗେ ରାଷ୍ଟ୍ରପତିଙ୍କ ନିକଟକୁ ଚିଠି ଲେଖିଛନ୍ତି। ଚିଠିରେ ଖଡ଼ଗେ କହିଛନ୍ତି, ଆରଟିଆଇ ରିପୋର୍ଟ ଅନୁଯାୟୀ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ଏକ ନୂଆ ପିପିପି ମଡେଲର ବ୍ୟବହାର କରି ସୈନିକ ସ୍କୁଲ୍ ଗୁଡ଼ିକର ଘରୋଇକରଣ କରାଯାଉଛି। ଏବେ ଏଥିମଧ୍ୟରୁ ୬୨ ପ୍ରତିଶତ ସ୍କୁଲ୍ର ମାଲିକାନା ବିଜେପି-ଆରଏସଏସ୍ ହାତରେ ବୋଲି ସେ […]

Samaya Live Picture
Published On

ନୂଆଦିଲ୍ଲୀ : କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ବୁଧବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ଚିଠି ଲେଖିଛନ୍ତି। ସୈନିକ ସ୍କୁଲର ଘରୋଇକରଣ ହେଉଥିବା ଅଭିଯୋଗରେ ଖଡ଼ଗେ ରାଷ୍ଟ୍ରପତିଙ୍କ ନିକଟକୁ ଚିଠି ଲେଖିଛନ୍ତି। ଚିଠିରେ ଖଡ଼ଗେ କହିଛନ୍ତି, ଆରଟିଆଇ ରିପୋର୍ଟ ଅନୁଯାୟୀ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ଏକ ନୂଆ ପିପିପି ମଡେଲର ବ୍ୟବହାର କରି ସୈନିକ ସ୍କୁଲ୍ ଗୁଡ଼ିକର ଘରୋଇକରଣ କରାଯାଉଛି। ଏବେ ଏଥିମଧ୍ୟରୁ ୬୨ ପ୍ରତିଶତ ସ୍କୁଲ୍ର ମାଲିକାନା ବିଜେପି-ଆରଏସଏସ୍ ହାତରେ ବୋଲି ସେ ଅଭିଯୋଗ କରିଛନ୍ତି। କଂଗ୍ରେସ ସଭାପତିଙ୍କ ଦାବି ଅନୁଯାୟୀ ଦେଶରେ ଏବେ ୩୩ଟି ସୈନିକ ସ୍କୁଲ୍ ଅଛି ଏବଂ ଏଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ସରକାରୀ ଶିକ୍ଷାନୁଷ୍ଠାନ। ପ୍ରତିରକ୍ଷା ମନ୍ତ୍ରଳାୟ ଅଧୀନରେ ଏକ ସ୍ବୟଂଶାସିତ ସଂଗଠନ (ଏସଏସଏସ) ସୈନିକ ସ୍କୁଲ ସୋସାଇଟି ଦ୍ବାରା ଏହି ସ୍କୁଲ୍ ପରିଚାଳିତ ହେଉଛି।

Tags: