ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ
ନୂଆଦିଲ୍ଲୀ : ପରବର୍ତ୍ତୀ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନିର୍ବାଚନ କମିସନ୍ ଆଜି ତାରିଖ ଘୋଷଣା କରିଛନ୍ତି। ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବ। ନିର୍ବାଚନ ପାଇଁ ବିଜ୍ଞପ୍ତି ଅଗଷ୍ଟ ୭ ତାରିଖରେ ଜାରି ହେବ। ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଅଗଷ୍ଟ ୨୧ ତାରିଖ ବୋଲି ନିର୍ବାଚନ କମିସନ କହିଛନ୍ତି। ସମାନ ଦିନ ହିଁ ଭୋଟ୍ ଗଣତି ହେବ। ଜୁଲାଇ ୨୨ ତାରିଖରେ ଉପରାଷ୍ଟ୍ରପତିଙ୍କ ଇସ୍ତଫା ପରେ ଉପରାଷ୍ଟ୍ରପତି ନିର୍ବାଚନର ଆବଶ୍ୟକତା ପଡ଼ିଛି। ଅଗଷ୍ଟ […]
ନୂଆଦିଲ୍ଲୀ : ପରବର୍ତ୍ତୀ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନିର୍ବାଚନ କମିସନ୍ ଆଜି ତାରିଖ ଘୋଷଣା କରିଛନ୍ତି। ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବ। ନିର୍ବାଚନ ପାଇଁ ବିଜ୍ଞପ୍ତି ଅଗଷ୍ଟ ୭ ତାରିଖରେ ଜାରି ହେବ। ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଅଗଷ୍ଟ ୨୧ ତାରିଖ ବୋଲି ନିର୍ବାଚନ କମିସନ କହିଛନ୍ତି। ସମାନ ଦିନ ହିଁ ଭୋଟ୍ ଗଣତି ହେବ। ଜୁଲାଇ ୨୨ ତାରିଖରେ ଉପରାଷ୍ଟ୍ରପତିଙ୍କ ଇସ୍ତଫା ପରେ ଉପରାଷ୍ଟ୍ରପତି ନିର୍ବାଚନର ଆବଶ୍ୟକତା ପଡ଼ିଛି। ଅଗଷ୍ଟ ୭ ତାରିଖରେ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହେବ। ଅଗଷ୍ଟ ୨୧ ତାରିଖରେ ପ୍ରାର୍ଥିପତ୍ର ଦାଖଲ ହେବ। ଅଗଷ୍ଟ ୨୨ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ଅଗଷ୍ଟ ୨୫ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ।




