ସେପ୍ଟେମ୍ବର ୮ରେ ମୋଦୀ-ବାଇଡେନ ଦ୍ବିପାକ୍ଷିକ କଥାବାର୍ତ୍ତା

ନୂଆଦିଲ୍ଲୀ : ଜି-୨୦ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଦ୍ବିପାକ୍ଷିକ କଥାବାର୍ତ୍ତା କରିବେ। ସେପ୍ଟେମ୍ବର ୯ରେ ଜି-୨୦ ବୈଠକ ଆରମ୍ଭ ହେଉଥିବାବେଳେ ଏହାର ଦିନକ ପୂର୍ବରୁ ସେପ୍ଟେମ୍ବର ୮ ତାରିଖରେ ମୋଦୀ ଏବଂ ବାଇଡେନଙ୍କ ମଧ୍ୟରେ ଦ୍ବିପାକ୍ଷିକ କଥାବାର୍ତ୍ତା ହେବ। ଆମେରିକାର ହ୍ବାଇଟ୍‌ ହାଉସ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ତେବେ ଭାରତ ପକ୍ଷରୁ ଏନେଇ କୌଣସି ବିଧିବଦ୍ଧ ଘୋଷଣା ହୋଇନାହିଁ। ଜି-୨୦ ସମ୍ମିଳନୀ ପାଇଁ ବାଇଡେନ୍‌ ୭ […]

Samaya Live Picture
Published On

ନୂଆଦିଲ୍ଲୀ : ଜି-୨୦ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଦ୍ବିପାକ୍ଷିକ କଥାବାର୍ତ୍ତା କରିବେ। ସେପ୍ଟେମ୍ବର ୯ରେ ଜି-୨୦ ବୈଠକ ଆରମ୍ଭ ହେଉଥିବାବେଳେ ଏହାର ଦିନକ ପୂର୍ବରୁ ସେପ୍ଟେମ୍ବର ୮ ତାରିଖରେ ମୋଦୀ ଏବଂ ବାଇଡେନଙ୍କ ମଧ୍ୟରେ ଦ୍ବିପାକ୍ଷିକ କଥାବାର୍ତ୍ତା ହେବ। ଆମେରିକାର ହ୍ବାଇଟ୍‌ ହାଉସ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ତେବେ ଭାରତ ପକ୍ଷରୁ ଏନେଇ କୌଣସି ବିଧିବଦ୍ଧ ଘୋଷଣା ହୋଇନାହିଁ। ଜି-୨୦ ସମ୍ମିଳନୀ ପାଇଁ ବାଇଡେନ୍‌ ୭ ତାରିଖରେ ଆସି ଭାରତ ପହଞ୍ଚିବେ। ଉଲ୍ଲେଖଯୋଗ୍ୟ ଯେ ଭାରତ ଅଧ୍ୟକ୍ଷତାରେ ଚଳିତ ବର୍ଷର ଜି-୨୦ ସମ୍ମିଳନୀ ହେଉଛି। ଜି-୨୦ ରାଷ୍ଟ୍ରରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡ଼ା, ଚୀନ୍‌, ଫ୍ରାନ୍ସ, ଜର୍ମାନୀ, ଭାରତ, ଇଣ୍ଡୋନେସିଆ, ଇଟାଲି, ଜାପାନ, ରିପବ୍ଲିକ ଅଫ୍‌ କୋରିଆ, ମେକ୍ସିକୋ, ରୁଷ୍‌, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ତୁର୍କୀ, ବ୍ରିଟେନ , ଆମେରିକା ଏବଂ ୟୁରୋପୀୟ ରାଷ୍ଟ୍ରସଂଘ। ଜି-୨୦ ପାଇଁ ଭାରତ ଆସିବାକୁ ଥିବା ଅତିଥି ରାଷ୍ଟ୍ରମାନେ ହେଉଛନ୍ତି ବାଂଲାଦେଶ, ଇଜିପ୍ଟ, ମରିସସ୍‌, ନେଦରଲାଣ୍ଡ୍‌, ନାଇଜେରିଆ, ଓମାନ, ସିଙ୍ଗାପୁର, ସ୍ପେନ୍‌ ଏବଂ ୟୁଏଇ।

Tags: