ସେପ୍ଟେମ୍ବର ୩ ତାରିଖରେ ୧୨ ରାଜ୍ୟସଭା ଆସନ ପାଇଁ ଭୋଟ୍
ନୂଆଦିଲ୍ଲୀ: ୯ ରାଜ୍ୟରେ ଖାଲିଥିବା ୧୨ଟି ରାଜ୍ୟସଭା ଆସନ ପାଇଁ ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ଭୋଟ୍ ଗ୍ରହଣ ହେବ। ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ହେଉଛି ଅଗଷ୍ଟ ୨୬-୨୭। ୧୨ ରାଜ୍ୟସଭା ଆସନରୁ ୧୦ଟି ଆସନରେ ସଦସ୍ୟମାନେ ଲୋକସଭାକୁ ନିର୍ବାଚିତ ହେବାପରେ ଆସନ ଗୁଡ଼ିକ ଖାଲି ପଡ଼ିଲା। ଅନ୍ୟପକ୍ଷେ ୨ ଜଣଙ୍କ ଇସ୍ତଫା ପରେ ଅନ୍ୟ ୨ଟି ଆସନ ଖାଲି ପଡ଼ିଲା। ଏମାନଙ୍କ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ, ସର୍ବାନନ୍ଦ ସୋନୱାଲ, ଜ୍ୟୋତିରାଦିତ୍ୟ ସିନ୍ଧିଆ […]
ନୂଆଦିଲ୍ଲୀ: ୯ ରାଜ୍ୟରେ ଖାଲିଥିବା ୧୨ଟି ରାଜ୍ୟସଭା ଆସନ ପାଇଁ ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ଭୋଟ୍ ଗ୍ରହଣ ହେବ। ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ହେଉଛି ଅଗଷ୍ଟ ୨୬-୨୭। ୧୨ ରାଜ୍ୟସଭା ଆସନରୁ ୧୦ଟି ଆସନରେ ସଦସ୍ୟମାନେ ଲୋକସଭାକୁ ନିର୍ବାଚିତ ହେବାପରେ ଆସନ ଗୁଡ଼ିକ ଖାଲି ପଡ଼ିଲା। ଅନ୍ୟପକ୍ଷେ ୨ ଜଣଙ୍କ ଇସ୍ତଫା ପରେ ଅନ୍ୟ ୨ଟି ଆସନ ଖାଲି ପଡ଼ିଲା। ଏମାନଙ୍କ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ, ସର୍ବାନନ୍ଦ ସୋନୱାଲ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଅଛନ୍ତି। ତେବେ ଉକ୍ତ ୧୨ଟି ଆସନ ମଧ୍ୟରୁ ୨ଟି ଲେଖାଏଁ ଆସାମ, ବିହାର ଏବଂ ମହାରାଷ୍ଟ୍ରରୁ ହୋଇଥିବାବେଳେ ହରିୟାଣା, ମଧ୍ୟପ୍ରଦେଶ, ରାଜସ୍ଥାନ, ତ୍ରିୁପରା, ତେଲେଙ୍ଗାନା ଏବଂ ଓଡ଼ିଶାରୁ ଗୋଟିଏ ଲେଖାଏଁ ରାଜ୍ୟସଭା ଆସନ ଖାଲି ପଡ଼ିଛି।




