ସେପ୍ଟେମ୍ବର ୨୩ରେ ଏକ ଦେଶ ଏକ ନିର୍ବାଚନ କମିଟିର ପ୍ରଥମ ବୈଠକ
ନୂଆଦିଲ୍ଲୀ : ‘ଏକ ଦେଶ ଏକ ନିର୍ବାଚନ କମିଟି’ର ପ୍ରଥମ ବୈଠକ ଆସନ୍ତା ୨୩ ତାରିଖରେ ହେବ। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ଏକ ଦେଶ ଏକ ନିର୍ବାଚନର ଗୁରୁତ୍ବକୁ ଅନୁଧ୍ୟାନ କରିବା ସହ ଏନେଇ ସୁପାରିସ ଗ୍ରହଣ କରିବାକୁ ସରକାର ଏକ ୮ ଜଣିଆ ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଥିଲେ। ଲୋକସଭା, ରାଜ୍ୟ ବିଧାନସଭା , ପୌରପାଳିକା ଏବଂ ପଞ୍ଚାୟତ ନିର୍ବାଚନ ଏକାଠି କରିବା ସଂକ୍ରାନ୍ତରେ ଏହି […]
ନୂଆଦିଲ୍ଲୀ : ‘ଏକ ଦେଶ ଏକ ନିର୍ବାଚନ କମିଟି’ର ପ୍ରଥମ ବୈଠକ ଆସନ୍ତା ୨୩ ତାରିଖରେ ହେବ। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ଏକ ଦେଶ ଏକ ନିର୍ବାଚନର ଗୁରୁତ୍ବକୁ ଅନୁଧ୍ୟାନ କରିବା ସହ ଏନେଇ ସୁପାରିସ ଗ୍ରହଣ କରିବାକୁ ସରକାର ଏକ ୮ ଜଣିଆ ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଥିଲେ। ଲୋକସଭା, ରାଜ୍ୟ ବିଧାନସଭା , ପୌରପାଳିକା ଏବଂ ପଞ୍ଚାୟତ ନିର୍ବାଚନ ଏକାଠି କରିବା ସଂକ୍ରାନ୍ତରେ ଏହି କମିଟି ନିଷ୍ବତ୍ତି ନେବ। କମିଟିରେ ଗୃହ ମନ୍ତ୍ରୀ ଅମିତ ଶାହ, ଲୋକସଭାରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ,ରାଜ୍ୟସଭାରେ ପୂର୍ବତନ ବିରୋଧୀ ଦଳ ନେତା ଗୁଲାମ ନବି ଆଜାଦ ଅଛନ୍ତି।




