ସେପ୍ଟେମ୍ବର ୧୩ରେ ମଣିପୁର ଗସ୍ତ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ସେପ୍ଟେମ୍ବର ୧୩ ତାରିଖରେ ମଣିପୁର ଗସ୍ତ କରିବେ ବୋଲି ଏକ ବିଶେଷ ସୁତ୍ରରୁ ଜଣାପଡ଼ିଛି। ଏହି ଗସ୍ତ ପାଇଁ ମଣିପୁର ସରକାର ବଡ଼ ଧରଣର ପ୍ରସ୍ତୁତିପର୍ବ ଚଳାଇଛନ୍ତି। ତେବେ ସରକାରୀ ଭାବେ ମୋଦୀଙ୍କ ଗସ୍ତ ନେଇ କିଛି ସ୍ପଷ୍ଟ କରାଯାଇନାହିଁ। ୨୦୨୩ ମେ’ ୩ ତାରିଖରେ ମଣିପୁରରେ ହିଂସା ହେବା ପରଠାରୁ ମୋଦୀ କେବେ ବି ଏହି ହିଂସା ପ୍ରବଣ ରାଜ୍ୟକୁ ଗସ୍ତ କରିନାହାନ୍ତି। ତେଣୁ ମୋଦୀଙ୍କର ଏହି ଗସ୍ତ […]
ନୂଆଦିଲ୍ଲ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ସେପ୍ଟେମ୍ବର ୧୩ ତାରିଖରେ ମଣିପୁର ଗସ୍ତ କରିବେ ବୋଲି ଏକ ବିଶେଷ ସୁତ୍ରରୁ ଜଣାପଡ଼ିଛି। ଏହି ଗସ୍ତ ପାଇଁ ମଣିପୁର ସରକାର ବଡ଼ ଧରଣର ପ୍ରସ୍ତୁତିପର୍ବ ଚଳାଇଛନ୍ତି। ତେବେ ସରକାରୀ ଭାବେ ମୋଦୀଙ୍କ ଗସ୍ତ ନେଇ କିଛି ସ୍ପଷ୍ଟ କରାଯାଇନାହିଁ। ୨୦୨୩ ମେ’ ୩ ତାରିଖରେ ମଣିପୁରରେ ହିଂସା ହେବା ପରଠାରୁ ମୋଦୀ କେବେ ବି ଏହି ହିଂସା ପ୍ରବଣ ରାଜ୍ୟକୁ ଗସ୍ତ କରିନାହାନ୍ତି। ତେଣୁ ମୋଦୀଙ୍କର ଏହି ଗସ୍ତ ଉପରେ ସମସ୍ତଙ୍କ ନଜର ରହିଛି। ଗତ ଅଗଷ୍ଟ ୩୦ ତାରିଖରେ ମଣିପୁର ସଚିବାଳୟରେ ମୁଖ୍ୟ ସଚିବଙ୍କ ଦ୍ବାରା ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ବୈଠକରେ ପ୍ରମୁଖ ବିଭାଗ, ସୁରକ୍ଷା ସଂସ୍ଥା ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। କଂଗ୍ରେସ ଏନେଇ ଏକ ପ୍ରତିକ୍ରିୟା ପ୍ରକାଶ କରିଛି। କଂଗ୍ରେସ କହିଛି ଯଦିଓ ସେ ଉତ୍ତରପୂର୍ବ ରାଜ୍ୟକୁ ଗସ୍ତ କରିବାପାଇଁ ନିଜ ଭିତରେ ସାହସ ଜୁଟାଇଛନ୍ତି ତଥାପି ଏହା ବହୁତ କମ୍ ଏବଂ ବହୁତ ବିଳମ୍ବ ହୋଇଗଲା। ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ପ୍ରଧାନମନ୍ତ୍ରୀ ସମଗ୍ର ବିଶ୍ବ ବୁଲିଛନ୍ତି। ସେ ଗତ ଅଢ଼େଇ ବର୍ଷ ମଧ୍ୟରେ ଆସାମ ଏବଂ ଅରୁଣାଚଳ ପ୍ରଦେଶ ଯାଇଛନ୍ତି। କିନ୍ତୁ ମଣିପୁର ଲୋକଙ୍କ ନିକଟକୁ ଯିବାପାଇଁ ମୋଦୀଙ୍କ ପାଖରେ ସମୟ ନଥିଲା।




