ସେନା ଶିବିର ଭାସିଗଲା, ୧୦ ଯବାନ ନିଖୋଜ
ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ଆଜି ବାଦଲଫଟା ବର୍ଷା ଯୋଗୁଁ ଅଚାନକ ବନ୍ୟା ଆସି ଜିଲ୍ଲାର ହର୍ସିଲ ଅଞ୍ଚଳରେ ଥିବା ଏକ ସେନା ଶିବିର ଭାସିଯାଇଛି । ଏହି ଶିବିର ଏକ ପାହାଡ଼ର ପାଦଦେଶରେ ଅବସ୍ଥିତ ଥିଲା। ଏହି ଘଟଣାରେ ୮-୧୦ ଜଣ ଯବାନ ନିଖୋଜ ଥିବା ଜଣାପଡ଼ିଛି। ପ୍ରଭାବିତ ଅଞ୍ଚଳରେ ସେନା ପକ୍ଷରୁ ଉଦ୍ଧାର ଅପରେସନ୍ ଜାରି ରହିଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଉତ୍ତରାଖଣ୍ଡ ସରକାର ଉତ୍ତରକାଶୀ ଜିଲ୍ଲାରେ ୩ ଆଇଏଏସ୍ ଅଫିସରଙ୍କୁ ମୁତୟନ […]
ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ଆଜି ବାଦଲଫଟା ବର୍ଷା ଯୋଗୁଁ ଅଚାନକ ବନ୍ୟା ଆସି ଜିଲ୍ଲାର ହର୍ସିଲ ଅଞ୍ଚଳରେ ଥିବା ଏକ ସେନା ଶିବିର ଭାସିଯାଇଛି । ଏହି ଶିବିର ଏକ ପାହାଡ଼ର ପାଦଦେଶରେ ଅବସ୍ଥିତ ଥିଲା। ଏହି ଘଟଣାରେ ୮-୧୦ ଜଣ ଯବାନ ନିଖୋଜ ଥିବା ଜଣାପଡ଼ିଛି। ପ୍ରଭାବିତ ଅଞ୍ଚଳରେ ସେନା ପକ୍ଷରୁ ଉଦ୍ଧାର ଅପରେସନ୍ ଜାରି ରହିଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଉତ୍ତରାଖଣ୍ଡ ସରକାର ଉତ୍ତରକାଶୀ ଜିଲ୍ଲାରେ ୩ ଆଇଏଏସ୍ ଅଫିସରଙ୍କୁ ମୁତୟନ କରିଛନ୍ତି। ଉତ୍ତରକାଶୀ ବିପର୍ଯ୍ୟୟ ପରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ରରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ବ୍ରିଗେଡ୍ କମାଣ୍ଡର ବ୍ରିଗେଡିୟର ମନଦୀପ ଧିଲୋନ୍ କହିଛନ୍ତି ବାଦଲଫଟା ବର୍ଷା ପରେ ଅଚାନକ ଭୂସ୍ଖଳନ ଓ ହିମସ୍ଖଳନ ସାଂଘାତିକ ସୃଷ୍ଟି କରିଛି। ହର୍ଷିଲ ପୋଷ୍ଟରେ ଥିବା ଭାରତୀୟ ସେନା ବାହିନୀ ପ୍ରଥମେ ବନ୍ୟାରେ ସର୍ବାଧିକ ପ୍ରଭାବିତ ଧରାଲି ଗ୍ରାମରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।




