ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣରେ ୪ ଯବାନ ସହିଦ
ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର କଠୁଆ ଜିଲ୍ଲାରେ ଏକ ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୪ ଜଣ ଯବାନ ସହିଦ ହୋଇଯାଇଛନ୍ତି ଏବଂ ୬ ଜଣ ଯବାନ ଆହତ ହୋଇଛନ୍ତି। ସୂଚନାନୁଯାୟୀ ଅପରାହ୍ନ ପ୍ରାୟ ସାଢ଼େ ୩ଟା ସମୟରେ କଠୁଆ ଜିଲ୍ଲା ଅଧୀନ ଲୋହାଇ ମହ୍ଲାରର ବେଦନୋଟା ଗ୍ରାମରେ ମଚେଡ଼ି-କିଣ୍ଡଲି-ମହ୍ଲାର ରୋଡ୍ରେ ପାଟ୍ରୋଲିଂ କରୁଥିବା ବେଳେ ଆତଙ୍କବାଦୀମାନେ ଏକ ପାହାଡ଼ ଉପରୁ ସେନା ଗାଡ଼ି ଉପରକୁ ଗୁଳିମାଡ଼ ଓ ପରେ ଗ୍ରେନେଡ୍ ମାଡ଼ କରିଥିଲେ। […]
ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର କଠୁଆ ଜିଲ୍ଲାରେ ଏକ ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୪ ଜଣ ଯବାନ ସହିଦ ହୋଇଯାଇଛନ୍ତି ଏବଂ ୬ ଜଣ ଯବାନ ଆହତ ହୋଇଛନ୍ତି। ସୂଚନାନୁଯାୟୀ ଅପରାହ୍ନ ପ୍ରାୟ ସାଢ଼େ ୩ଟା ସମୟରେ କଠୁଆ ଜିଲ୍ଲା ଅଧୀନ ଲୋହାଇ ମହ୍ଲାରର ବେଦନୋଟା ଗ୍ରାମରେ ମଚେଡ଼ି-କିଣ୍ଡଲି-ମହ୍ଲାର ରୋଡ୍ରେ ପାଟ୍ରୋଲିଂ କରୁଥିବା ବେଳେ ଆତଙ୍କବାଦୀମାନେ ଏକ ପାହାଡ଼ ଉପରୁ ସେନା ଗାଡ଼ି ଉପରକୁ ଗୁଳିମାଡ଼ ଓ ପରେ ଗ୍ରେନେଡ୍ ମାଡ଼ କରିଥିଲେ। ସୁରକ୍ଷାକର୍ମୀମାନେ ଏହାର ପାଲଟା ଜବାବରେ ଗୁଳିଚାଳନା କରିଥିଲେ । କିନ୍ତୁ ଆତଙ୍କବାଦୀମାନେ ନିକଟସ୍ଥ ଜଙ୍ଗଲକୁ ଖସି ପଳାଇଥିଲେ। ଆକ୍ରମଣ ପରେ ବହୁ ସଂଖ୍ୟାରେ ସୁରକ୍ଷାକର୍ମୀ ଘଟଣାସ୍ଥଳରେ ମୁତୟନ ହୋଇଛନ୍ତି ଏବଂ ଆତଙ୍କବାଦୀଙ୍କୁ ଧରିବା ପାଇଁ ଜୋରଦାର ଅଭିଯାନ ଜାରି ରହିଛି। ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏବେ ବି ଗୁଳି ବିନିମୟ ଜାରି ରହିଛି। ଗତ ୪୮ ଘଣ୍ଟା ମଧ୍ୟରେ ଜମ୍ମୁ ଅଞ୍ଚଳରେ ଭାରତୀୟ ସେନା ଉପରେ ଏହା ହେଉଛି ଦ୍ବିତୀୟ ଆକ୍ରମଣ। ଗୋଟିଏ ଦିନ ପୂର୍ବରୁ ରାଜୌରୀ ଜିଲ୍ଲାର ଏକ ସେନା ଶିବିର ଉପରେ ଆକ୍ରମଣ ହୋଇଥିଲା ଏବଂ ଏଥିରେ ଜଣେ ଯବାନ ଆହତ ହୋଇଥିଲେ।




