ସେକ୍ସ ଟେପ୍ ମାମଲାରେ ପ୍ରଜ୍ବଳ ରେବାନ୍ନାଙ୍କ ବିରୋଧରେ ଲୁକଆଉଟ ନୋଟିସ

ନୂଆଦିଲ୍ଲୀ : ଜେଡିଏସ୍ ଲୋକସଭା ପ୍ରାର୍ଥୀ ପ୍ରଜ୍ବଳ ରେବାନ୍ନାଙ୍କ ସମ୍ପୃକ୍ତି ଥିବା ସେକ୍ସ ଟେପ୍ ମାମଲାର ତଦନ୍ତ କରୁଥିବା ଏସଆଇଟି (ସ୍ବତନ୍ତ୍ର ତଦନ୍ତକାରୀ ଦଳ) ଗୁରୁବାର ଦିନ ପ୍ରଜ୍ବଳଙ୍କ ବିରୋଧରେ ଲୁକଆଉଟ୍ ନୋଟିସ ଜାରି କରିଛି। ବିଶ୍ବବ୍ୟାପୀ ସମସ୍ତ ଆପ୍ରବାସ କେନ୍ଦ୍ରରେ ଏହି ନୋଟିସ ଜାରି ହୋଇଛି। ଏପ୍ରିଲ୨୬ ତାରିଖରେ ଏହି ଜେଡିଏସ୍ ସାଂସଦଙ୍କ ସମ୍ପୃକ୍ତି ଥିବା ଅନେକ ମହିଳାଙ୍କ ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଏହିଦିନ ହିଁ ସେ ଜର୍ମାନୀର ଫ୍ରାଙ୍କଫର୍ଟକୁ ଚାଲିଯାଇଥିଲେ। […]

Samaya Live Picture
Published On

ନୂଆଦିଲ୍ଲୀ : ଜେଡିଏସ୍ ଲୋକସଭା ପ୍ରାର୍ଥୀ ପ୍ରଜ୍ବଳ ରେବାନ୍ନାଙ୍କ ସମ୍ପୃକ୍ତି ଥିବା ସେକ୍ସ ଟେପ୍ ମାମଲାର ତଦନ୍ତ କରୁଥିବା ଏସଆଇଟି (ସ୍ବତନ୍ତ୍ର ତଦନ୍ତକାରୀ ଦଳ) ଗୁରୁବାର ଦିନ ପ୍ରଜ୍ବଳଙ୍କ ବିରୋଧରେ ଲୁକଆଉଟ୍ ନୋଟିସ ଜାରି କରିଛି। ବିଶ୍ବବ୍ୟାପୀ ସମସ୍ତ ଆପ୍ରବାସ କେନ୍ଦ୍ରରେ ଏହି ନୋଟିସ ଜାରି ହୋଇଛି। ଏପ୍ରିଲ୨୬ ତାରିଖରେ ଏହି ଜେଡିଏସ୍ ସାଂସଦଙ୍କ ସମ୍ପୃକ୍ତି ଥିବା ଅନେକ ମହିଳାଙ୍କ ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଏହିଦିନ ହିଁ ସେ ଜର୍ମାନୀର ଫ୍ରାଙ୍କଫର୍ଟକୁ ଚାଲିଯାଇଥିଲେ। ଏହି ସେକ୍ସ ଟେପ୍ ମାମଲାରେ ତଦନ୍ତ ଚାଲିଥିବାବେଳେ ପ୍ରଜ୍ବଳ ବିଦେଶରେ ଥିବାରୁ ତାଙ୍କ ବିରୋଧରେ ଲୁକଆଉଟ୍ ନୋଟିସ ଜାରି ହୋଇଛି। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ଜେଡିଏସ୍ ସୁପ୍ରିମୋ ଏଚଡି ଦେବଗୌଡ଼ାଙ୍କ ନାତି ପ୍ରଜ୍ବଳ ହାସନ ଆସନରୁ ପୁନଃ ନିର୍ବାଚନ ଲଢ଼ୁଛନ୍ତି। ତେବେ ବିବାଦରେ ଫସି ଯାଇଥିବା ପ୍ରଜ୍ବଳ ରେବାନ୍ନା ସ୍ବତନ୍ତ୍ର ତଦନ୍ତକାରୀ ଦଳ ନିକଟରେ ହାଜର ହେବାପାଇଁ ୭ ଦିନ ସମୟ ମାଗିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏସଆଇଟିରେ ହାଜର ହେବାପାଇଁ ପ୍ରଜ୍ବଳ ରେବାନ୍ନା ଏବଂ ତାଙ୍କ ପୁଅ ଏଚଡି ରେବାନ୍ନାଙ୍କୁ ନୋଟିସ ଜାରି ହୋଇଛି।

Tags: