ସୁଶୀଲ ‌ମୋଦୀଙ୍କ ମଟନ୍‌ ଟିପ୍ପଣୀ ପାଇଁ କଟାକ୍ଷ କଲେ ପପୁ ଯାଦବ , ‘ଶ୍ରାବଣରେ ପର୍ନ୍‌ ଦେଖିନ କି ?’

ନୂଆଦିଲ୍ଲୀ: ଜେଏପି (ଜନ ଅଧିକାରୀ ପାର୍ଟି) ମୁଖ୍ୟ ପପୁ ଯାଦବ ଆଜି ବିଜେପି ନେତା ସୁଶୀଲ‌ ମୋଦୀଙ୍କୁ କଡ଼ା କଟାକ୍ଷ କରିଛନ୍ତି। ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ମଧ୍ୟରେ ନିକଟ‌ରେ ଏକ ଡିନର ମିଟ୍‌ ହୋଇଥିଲା। ଲାଲୁ ରାହୁଲଙ୍କ ପାଇଁ ଚମ୍ପାରନ୍‌ ମଟନ୍‌ ରାନ୍ଧିଥିଲେ ଏବଂ ତାଙ୍କୁ ଏହାର ପ୍ରକ୍ରିୟା ଶିଖାଇବା ସହ ଉଭୟ ମଟନ୍‌ ଖାଇଥିଲେ। ଏହାର ଏକ ଭିଡିଓ କଂଗ୍ରେସ ସେୟାର କରିବାପରେ ଏହି ପ୍ରସଙ୍ଗରେ […]

Samaya Live Picture
Published On

ନୂଆଦିଲ୍ଲୀ: ଜେଏପି (ଜନ ଅଧିକାରୀ ପାର୍ଟି) ମୁଖ୍ୟ ପପୁ ଯାଦବ ଆଜି ବିଜେପି ନେତା ସୁଶୀଲ‌ ମୋଦୀଙ୍କୁ କଡ଼ା କଟାକ୍ଷ କରିଛନ୍ତି। ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ମଧ୍ୟରେ ନିକଟ‌ରେ ଏକ ଡିନର ମିଟ୍‌ ହୋଇଥିଲା। ଲାଲୁ ରାହୁଲଙ୍କ ପାଇଁ ଚମ୍ପାରନ୍‌ ମଟନ୍‌ ରାନ୍ଧିଥିଲେ ଏବଂ ତାଙ୍କୁ ଏହାର ପ୍ରକ୍ରିୟା ଶିଖାଇବା ସହ ଉଭୟ ମଟନ୍‌ ଖାଇଥିଲେ। ଏହାର ଏକ ଭିଡିଓ କଂଗ୍ରେସ ସେୟାର କରିବାପରେ ଏହି ପ୍ରସଙ୍ଗରେ ସୁଶୀଲ ମୋଦୀ ଲାଲୁଙ୍କୁ ସମାଲୋଚନା କରିଥି‌ଲେ। ସୁଶୀଲ ମୋଦୀ କହିଥିଲେ ଲାଲୁ ପବିତ୍ର ଶ୍ରାବଣ ମାସରେ ମଟନ୍‌ ଖାଉଛନ୍ତି। ତେଣୁ ପରବର୍ତ୍ତୀ ନିର୍ବାଚନରେ ସେ ତାଙ୍କ ପାପ ପାଇଁ ଦଣ୍ଡିତ ହେବେ। ଆର୍‌ଜେଡି ନୂଆ ସଂସଦର ରୂପ ଦେଖିପାରିବନି। ତେବେ ସୁଶୀଲ ମୋଦୀଙ୍କ ଏହି ମଟନ୍‌ ଟିପ୍ପଣୀ ପାଇଁ ତାଙ୍କୁ କଟାକ୍ଷ କରିଛନ୍ତି ପପୁ ଯାଦବ। ସେ କହିଛନ୍ତି, ସୁଶୀଲ ମୋଦୀ କ’ଣ ଶ୍ରାବଣ ମାସରେ ପର୍ନ୍‌ ଦେଖିବାରୁ ନିବୃତ୍ତ ରହିଛନ୍ତି।

Tags: