ସୁରଟ ରେଳ ଷ୍ଟେସନରେ ଦଳାଚକଟା, ଜଣେ ମୃତ , ଅନେକ ଆହତ
ନୂଆଦିଲ୍ଲୀ : ଗୁଜରାଟର ସୁରଟ ରେଳ ଷ୍ଟେସନରେ ଆଜି ଦଳାଚକଟା ହୋଇ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି। ଦୀପାବଳି ପାଇଁ ଲୋକମାନେ ନିଜ ନିଜ ଗାଁ ଏବଂ ଘରକୁ ଯିବାପାଇଁ ଷ୍ଟେସନ୍ରେ ଗାଡ଼ିକୁ ଅପେକ୍ଷା କରିଥିଲେ। ତେବେ ଟ୍ରେନ୍ରେ ଚଢ଼ିବା ସମୟରେ ଦଳାଚକଟା ସ୍ଥିତି ଉପୁଜିଥିଲା। ଫଳରେ ଉକ୍ତ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଯାଇଛି ଏବଂ ଆହୁରି ଅନେକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି। […]
ନୂଆଦିଲ୍ଲୀ : ଗୁଜରାଟର ସୁରଟ ରେଳ ଷ୍ଟେସନରେ ଆଜି ଦଳାଚକଟା ହୋଇ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି। ଦୀପାବଳି ପାଇଁ ଲୋକମାନେ ନିଜ ନିଜ ଗାଁ ଏବଂ ଘରକୁ ଯିବାପାଇଁ ଷ୍ଟେସନ୍ରେ ଗାଡ଼ିକୁ ଅପେକ୍ଷା କରିଥିଲେ। ତେବେ ଟ୍ରେନ୍ରେ ଚଢ଼ିବା ସମୟରେ ଦଳାଚକଟା ସ୍ଥିତି ଉପୁଜିଥିଲା। ଫଳରେ ଉକ୍ତ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଯାଇଛି ଏବଂ ଆହୁରି ଅନେକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି। ଇତି ମଧ୍ୟରେ ସୁରଟ ସାଂସଦ ଏବଂ ରାଜ୍ୟ ରେଳ ମନ୍ତ୍ରୀ ଦର୍ଶନା ଜରଦୋଶ ହସ୍ପିଟାଲ୍ରେ ପହଞ୍ଚି ଆହତଙ୍କୁ ଭେଟିଛନ୍ତି।




