ସୁରକ୍ଷା କର୍ମୀଙ୍କ ବନ୍ଧୁକରେ ନିଜକୁ ଗୁଳିମାରି ଆତ୍ମହତ୍ୟା କଲେ କୋଇମ୍ବାଟୁର୍ ଡିଆଇଜି
କୋଇମ୍ବାଟୁର୍: କୋଇମ୍ବାଟୁର୍ ରେଞ୍ଜ୍ର ଡେପୁଟି ଇନ୍ସପେକ୍ଟର ଜେନେରାଲ (ଡିଆଇଜି) ବିଜୟକୁମାର ତାଙ୍କ ସରକାରୀ ବାସଭବନରେ ସୁରକ୍ଷାକର୍ମୀଙ୍କ ବନ୍ଧୁକରେ ନିଜକୁ ଗୁଳିମାରି ଆତ୍ମହତ୍ୟା କରିଛନ୍ତି। ତାଙ୍କ ଆତ୍ମହତ୍ୟାର ପ୍ରକୃତ କାରଣ ଜଣା ପଡ଼ିନାହିଁ। ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୬.୧୫ ସମୟରେ ରେସ୍କୋର୍ସ ନିକଟରେ ଥିବା ରେଡ୍ ଫିଲଡ୍ସ୍ସ୍ଥିତ ସରକାରୀ ବାସଭବନରେ ବିଜୟକୁମାର ନିଜକୁ ଗୁଳିମାରି ପ୍ରାଣ ହରାଇଛନ୍ତି। ବିଜୟକୁମାର କିଛିଦିନ ଧରି ବିଷାଦଗ୍ରସ୍ତ ଥିଲେ ଓ ତାଙ୍କୁ ନିଦ ହେଉ ନ ଥିଲା ବୋଲି […]
କୋଇମ୍ବାଟୁର୍: କୋଇମ୍ବାଟୁର୍ ରେଞ୍ଜ୍ର ଡେପୁଟି ଇନ୍ସପେକ୍ଟର ଜେନେରାଲ (ଡିଆଇଜି) ବିଜୟକୁମାର ତାଙ୍କ ସରକାରୀ ବାସଭବନରେ ସୁରକ୍ଷାକର୍ମୀଙ୍କ ବନ୍ଧୁକରେ ନିଜକୁ ଗୁଳିମାରି ଆତ୍ମହତ୍ୟା କରିଛନ୍ତି। ତାଙ୍କ ଆତ୍ମହତ୍ୟାର ପ୍ରକୃତ କାରଣ ଜଣା ପଡ଼ିନାହିଁ। ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୬.୧୫ ସମୟରେ ରେସ୍କୋର୍ସ ନିକଟରେ ଥିବା ରେଡ୍ ଫିଲଡ୍ସ୍ସ୍ଥିତ ସରକାରୀ ବାସଭବନରେ ବିଜୟକୁମାର ନିଜକୁ ଗୁଳିମାରି ପ୍ରାଣ ହରାଇଛନ୍ତି। ବିଜୟକୁମାର କିଛିଦିନ ଧରି ବିଷାଦଗ୍ରସ୍ତ ଥିଲେ ଓ ତାଙ୍କୁ ନିଦ ହେଉ ନ ଥିଲା ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ତାଙ୍କ ବାସଭବନରେ ନିଯୁକ୍ତ ସୁରକ୍ଷାକର୍ମୀ ତୁରନ୍ତ ଏ ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିଲେ। ବ୍ୟବଚ୍ଛେଦ ନିମନ୍ତେ ତାଙ୍କ ଶବକୁ କୋଇମ୍ବାଟୁର୍ ମେଡିକାଲ୍ ପଠାଯାଇଛି। ଚଳିତ ବର୍ଷ ଜାନୁଆରି ମାସରେ କୋଇମ୍ବାଟୁର୍ ରେଞ୍ଜ୍ର ଡିଆଇଜି ଭାବେ ଦାୟିତ୍ବ ଗ୍ରହଣ କରିବା ଆଗରୁ ୨୦୦୯-ବ୍ୟାଚ୍ର ଆଇପିଏସ୍ ବିଜୟକୁମାର କାଞ୍ଚିପୁରମ୍, କୁଡ୍ଡାଲୋର୍, ନାଗାପଟ୍ଟନମ୍ର ଓ ତିରୁବରୁର୍ର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଏବଂ ଅନ୍ନା ନଗରର ଡେପୁଟି ପୁଲିସ କମିସନର୍ ଭାବେ କାର୍ଯ୍ୟ କରିଥିଲେ।




