ସୁରକ୍ଷା କର୍ମୀଙ୍କୁ ହତ୍ୟା ଅଭିଯୋଗରେ ଇରାନରେ ୩ ଜଣଙ୍କୁ ଫାଶୀ
ପ୍ୟାରିସ: ସୁରକ୍ଷା କର୍ମଚାରୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଶୁକ୍ରବାର ଇରାନ ସରକାର ତିନିଜଣଙ୍କୁ ଫାଶୀ ଦେଇଛନ୍ତି। ପାଶ୍ଚାତ୍ୟ ଦେଶଗୁଡ଼ିକ ପକ୍ଷରୁ ଏହାର ଘୋର ନିନ୍ଦା କରାଯାଇଛି।‘ମୋହରରେବେହ’ ବା ଈଶ୍ବରଙ୍କ ବିରୋଧରେ ଯୁଦ୍ଧ ଘୋଷଣା ଅଭିଯୋଗରେ ତଥା ତିନିଜଣ ସୁରକ୍ଷା କର୍ମୀଙ୍କୁ ଗୁଳି କରି ହତ୍ୟା କରିଥିବା ଅପରାଧରେ ମାଜିଦ କାଜେମି, ସାଲେହ ମିରହାସେମି ଓ ସଇଦ ୟାଗହୁବିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ହିଜାବ ପିନ୍ଧି ନ ଥିବା କାରଣରୁ ୨୨ ବର୍ଷୀୟା କୁର୍ଦ୍ଦ ମହିଳା ଆମିନିଙ୍କୁ ହାଜତରେ […]
ପ୍ୟାରିସ: ସୁରକ୍ଷା କର୍ମଚାରୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଶୁକ୍ରବାର ଇରାନ ସରକାର ତିନିଜଣଙ୍କୁ ଫାଶୀ ଦେଇଛନ୍ତି। ପାଶ୍ଚାତ୍ୟ ଦେଶଗୁଡ଼ିକ ପକ୍ଷରୁ ଏହାର ଘୋର ନିନ୍ଦା କରାଯାଇଛି।‘ମୋହରରେବେହ’ ବା ଈଶ୍ବରଙ୍କ ବିରୋଧରେ ଯୁଦ୍ଧ ଘୋଷଣା ଅଭିଯୋଗରେ ତଥା ତିନିଜଣ ସୁରକ୍ଷା କର୍ମୀଙ୍କୁ ଗୁଳି କରି ହତ୍ୟା କରିଥିବା ଅପରାଧରେ ମାଜିଦ କାଜେମି, ସାଲେହ ମିରହାସେମି ଓ ସଇଦ ୟାଗହୁବିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।
ହିଜାବ ପିନ୍ଧି ନ ଥିବା କାରଣରୁ ୨୨ ବର୍ଷୀୟା କୁର୍ଦ୍ଦ ମହିଳା ଆମିନିଙ୍କୁ ହାଜତରେ ନିର୍ଯାତନା ଦେଇ ଗତବର୍ଷ ସେପ୍ଟେମ୍ବର ୧୬ ତାରିଖରେ ହତ୍ୟା କରାଯାଇଥିଲା। ଏହା ବିରୋଧରେ ଦେଶବ୍ୟାପୀ ବିକ୍ଷୋଭ ଓ ଦଙ୍ଗା ଆରମ୍ଭ ହୋଇଥିଲା। ଏଥିରେ ହଜାର ହଜାର ଇରାନୀ ନାଗରିକ ଗିରଫ ହେବା ସହିତ ଶହଶହ ଲୋକ ସୁରକ୍ଷା କର୍ମୀଙ୍କ ଦ୍ବାରା ହତ୍ୟାର ଶିକାର ହୋଇଥିଲେ। କେତେ ଡଜନ ସୁରକ୍ଷା କର୍ମୀଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଉକ୍ତ ଦଙ୍ଗାରେ ସମ୍ପୃକ୍ତି ପାଇଁ ଇରାନରେ ଏପର୍ଯ୍ୟନ୍ତ ୭ ଜଣଙ୍କୁ ଫାଶୀ ଦିଆ ସରିଲାଣି। ୟୁରୋପୀୟ ସଂଘ ତରଫରୁ ଏପରି ମୃତ୍ୟୁଦଣ୍ଡର ଘୋର ନିନ୍ଦା କରାଯାଇଛି। ଇରାନ କର୍ତ୍ତୃପକ୍ଷ ଅନ୍ତର୍ଜାତୀୟ ଆଇନ ଓ ମାନବାଧିକାରକୁ ସମ୍ମାନ ଦେବା ଉଚିତ ବୋଲି ସେମାନେ କହିଛନ୍ତି।




