ସୁରକ୍ଷାବାହିନୀ ସଂକ୍ରାନ୍ତରେ ଆତଙ୍କବାଦୀଙ୍କୁ ଖବର ଦେଇଥିବା ମାମଲାରେ ୩ ଗିରଫ
ନୂଆଦିଲ୍ଲୀ : ଏଲଇଟି (ଲସ୍କର ଏ ତୋଏବା) ସହ ସମ୍ପୃକ୍ତି ଥିବା ମାମଲାରେ ଜମ୍ମୁ କାଶ୍ମୀରର ବାରମୁଳା ଜିଲ୍ଲାରେ ୩ ଜଣ ଗିରଫ ହୋଇଛନ୍ତି। ଗୁଇନ୍ଦା ସୂତ୍ରରୁ ଖବର ପାଇ ବାରମୁଳା ପୁଲିସ ଏବଂ ସୁରକ୍ଷାବାହିନୀ ଓଲ୍ଡ ଟାଉନ୍ ବାରମୁଳାରେ ୩ ଅଭିଯୁକ୍ତଙ୍କୁ ଗିରଫ ଗିରଫ କରିଛି। ଗିରଫ ୩ ଅଭିଯୁକ୍ତଙ୍କ ନିକଟରୁ ମଧ୍ୟ ସେମାନେ ୩ଟି ଗ୍ରେନେଡ୍ ଜବତ କରିଛନ୍ତି। ଅଭିଯୁକ୍ତଙ୍କ ଗିରଫ ସଂକ୍ରାନ୍ତରେ ସୂଚନା ଦେଇ ବାରମୁଳା ପୁଲିସ ଏକ୍ସରେ ଏକ ପୋଷ୍ଟ୍ କରି […]
ନୂଆଦିଲ୍ଲୀ : ଏଲଇଟି (ଲସ୍କର ଏ ତୋଏବା) ସହ ସମ୍ପୃକ୍ତି ଥିବା ମାମଲାରେ ଜମ୍ମୁ କାଶ୍ମୀରର ବାରମୁଳା ଜିଲ୍ଲାରେ ୩ ଜଣ ଗିରଫ ହୋଇଛନ୍ତି। ଗୁଇନ୍ଦା ସୂତ୍ରରୁ ଖବର ପାଇ ବାରମୁଳା ପୁଲିସ ଏବଂ ସୁରକ୍ଷାବାହିନୀ ଓଲ୍ଡ ଟାଉନ୍ ବାରମୁଳାରେ ୩ ଅଭିଯୁକ୍ତଙ୍କୁ ଗିରଫ ଗିରଫ କରିଛି। ଗିରଫ ୩ ଅଭିଯୁକ୍ତଙ୍କ ନିକଟରୁ ମଧ୍ୟ ସେମାନେ ୩ଟି ଗ୍ରେନେଡ୍ ଜବତ କରିଛନ୍ତି। ଅଭିଯୁକ୍ତଙ୍କ ଗିରଫ ସଂକ୍ରାନ୍ତରେ ସୂଚନା ଦେଇ ବାରମୁଳା ପୁଲିସ ଏକ୍ସରେ ଏକ ପୋଷ୍ଟ୍ କରି କହିଛି ଓଲ୍ଡ ଟାଉନ୍ ବାରମୂଳାରେ ଅ୍ରାତଙ୍କବାଦୀ କାର୍ଯ୍ୟକଳାପର ପର୍ଦ୍ଦାଫାସ କରାଯାଇଛି ଏବଂ ଏଲଇଟି ଆତଙ୍କବାଦୀ ଗୋଷ୍ଠୀ ସହ ଜଡ଼ିତ ୩ ଆତଙ୍କବାଦୀଙ୍କୁ ପୁଲିସ ଗିରଫ କରିଛି। ପୁଲିସ ଅନୁଯାୟୀ ଗିରଫ ହୋଇଥିବା ୩ ଅଭିଯୁକ୍ତ ହେଉଛନ୍ତି ଅୱେସ ଅହମଦ ୱାଜା, ବସିତ ଫୟାଜ କାଲୋ ଏବଂ ଫାହିମ ଅହମଦ ମୀର। ସେମାନେ ଆତଙ୍କବାଦୀଙ୍କୁ ସହଯୋଗ କରୁଥିଲେ ଏବଂ ସେମାନଙ୍କୁ ସୁରକ୍ଷାବାହିନୀ ସଂକ୍ରାନ୍ତରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଖବର ଦେଉଥିଲେ। ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ନଭେମ୍ବରରେ ବାରମୁଳା ପୁଲିସ ଏଲଇଟି ସହ ଜଡ଼ିତ ୩ ଆତଙ୍କବାଦୀଙ୍କୁ ଗିରଫ କରିଥିଲା।




