ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ବାଣ ଫୁଟାଇବା ଅଭିଯୋଗରେ ଦିଲ୍ଲୀରେ ୯୭ ମାମଲା ରୁଜୁ
ନୂଆଦିଲ୍ଲୀ: ଦିଲ୍ଲୀ ସରକାର ତଥା ସୁପ୍ରିମ୍କୋର୍ଟ ଦୀପାବଳି ସମୟରେ ବାଣର ବିକ୍ରି ଓ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଥିଲେ ମଧ୍ୟ ବହୁଲୋକ ଏହାକୁ ମାନି ନ ଥିଲେ। କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥବା ଏପରି ୯୭ ଜଣ ଅମାନିଆଙ୍କ ବିରୋଧରେ ଦିଲ୍ଲୀ ପୁଲିସ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ସେଥିମଧ୍ୟରୁ ଦିଲ୍ଲୀର ଉତ୍ତର ଜିଲ୍ଲାରେ ୮ଟି, ପୂର୍ବ ଦିଲ୍ଲୀରେ ୨୯ଟି, ଶାହଦାରା ଅଞ୍ଚଳରେ ୧୩ଟି ଓ ଦକ୍ଷିଣ-ପୂର୍ବ ଦିଲ୍ଲୀରେ ୨୮ଟି ମାମଲା ରୁଜୁ […]
ନୂଆଦିଲ୍ଲୀ: ଦିଲ୍ଲୀ ସରକାର ତଥା ସୁପ୍ରିମ୍କୋର୍ଟ ଦୀପାବଳି ସମୟରେ ବାଣର ବିକ୍ରି ଓ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଥିଲେ ମଧ୍ୟ ବହୁଲୋକ ଏହାକୁ ମାନି ନ ଥିଲେ। କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥବା ଏପରି ୯୭ ଜଣ ଅମାନିଆଙ୍କ ବିରୋଧରେ ଦିଲ୍ଲୀ ପୁଲିସ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ସେଥିମଧ୍ୟରୁ ଦିଲ୍ଲୀର ଉତ୍ତର ଜିଲ୍ଲାରେ ୮ଟି, ପୂର୍ବ ଦିଲ୍ଲୀରେ ୨୯ଟି, ଶାହଦାରା ଅଞ୍ଚଳରେ ୧୩ଟି ଓ ଦକ୍ଷିଣ-ପୂର୍ବ ଦିଲ୍ଲୀରେ ୨୮ଟି ମାମଲା ରୁଜୁ କରାଯାଇଛି। ତେବେ ରୋହିଣୀ ଓ ବାହ୍ୟ ଉତ୍ତରାଞ୍ଚଳରେ କୌଣସି ମାମଲା ରୁଜୁ କରାଯାଇ ନାହିଁ। ଲୋକମାନେ ବାଣ କଟକଣା ନ ମାନି ବାଣ ଫୁଟାଇବାରୁ ଦୀପାବଳି ପରେ ସୋମବାର ଦିଲ୍ଲୀ-ଏନ୍ସିଆରର ବାୟୁ ମାନ ସୂଚକାଙ୍କରେ ଉଦ୍ବେଗଜନକ ଭାବେ ଅବନତି ଘଟିଥିଲା। କେତେକ ଅଞ୍ଚଳରେ ଏହା ୯୦୦ରୁ ଅଧିକ ରହିଥିବା ବେଳେ ସହରର ମଧ୍ୟଭାଗ ଇଣ୍ଡିଆ ଗେଟ୍ ନିକଟରେ ଏହା ୯୯୯ ରହିଥିଲା।




