ସୁପ୍ରିମ୍କୋର୍ଟରେ ଆଜି ଚାଷୀ ଆନ୍ଦୋଳନ ଉପରେ ଶୁଣାଣି
ନୂଆଦିଲ୍ଲୀ: ବିଭିନ୍ନ ଦାବି ନେଇ ଦିଲ୍ଲୀ ଅଭିମୁଖେ ପଦଯାତ୍ରା ଆନ୍ଦୋଳନରେ ବାହାରିଥିବା ଚାଷୀଙ୍କୁ ପୁଲିସ ଶମ୍ଭୁ ସୀମାରେ ଲୁହବୁହା ଗ୍ୟାସ୍ ପ୍ରୟୋଗ କରି ଅଟକାଇଥିବା ବେଳେ ଚାଷୀମାନେ ଦିନକ ପାଇଁ ଯାତ୍ରା ସ୍ଥଗିତ ରଖିଛନ୍ତି। ଅନ୍ୟପକ୍ଷରେ ଆଜି ସୁପ୍ରିମକୋର୍ଟରେ ଚାଷୀ ଆନ୍ଦୋଳନ ମାମଲାର ଶୁଣାଣି ହେବ । ଏହା ପୂର୍ବରୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା, ଯେଉଁଥିରେ ଶମ୍ଭୁ ସୀମା ସମେତ ସମସ୍ତ ରାଜପଥ ଖୋଲିବାକୁ କେନ୍ଦ୍ର, ପଞ୍ଜାବ ଏବଂ ହରିୟାଣା ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ […]
ନୂଆଦିଲ୍ଲୀ: ବିଭିନ୍ନ ଦାବି ନେଇ ଦିଲ୍ଲୀ ଅଭିମୁଖେ ପଦଯାତ୍ରା ଆନ୍ଦୋଳନରେ ବାହାରିଥିବା ଚାଷୀଙ୍କୁ ପୁଲିସ ଶମ୍ଭୁ ସୀମାରେ ଲୁହବୁହା ଗ୍ୟାସ୍ ପ୍ରୟୋଗ କରି ଅଟକାଇଥିବା ବେଳେ ଚାଷୀମାନେ ଦିନକ ପାଇଁ ଯାତ୍ରା ସ୍ଥଗିତ ରଖିଛନ୍ତି। ଅନ୍ୟପକ୍ଷରେ ଆଜି ସୁପ୍ରିମକୋର୍ଟରେ ଚାଷୀ ଆନ୍ଦୋଳନ ମାମଲାର ଶୁଣାଣି ହେବ । ଏହା ପୂର୍ବରୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା, ଯେଉଁଥିରେ ଶମ୍ଭୁ ସୀମା ସମେତ ସମସ୍ତ ରାଜପଥ ଖୋଲିବାକୁ କେନ୍ଦ୍ର, ପଞ୍ଜାବ ଏବଂ ହରିୟାଣା ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନ କରାଯାଇଥିଲା। ଆଜି ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବାକୁ ଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିଛି। ଚାଷୀମାନେ ଯେଉଁ ଉପାୟରେ ରାଜପଥ ଅବରୋଧ କରୁଛନ୍ତି ତାହା ଲୋକଙ୍କ ମୌଳିକ ଅଧିକାର ବିରୋଧୀ ବୋଲି ପିଟିସନରେ ଦର୍ଶାଯାଇଛି। ଏହା ଜାତୀୟ ରାଜପଥ ଆଇନ ଏବଂ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍) ଅନୁଯାୟୀ ମଧ୍ୟ ଏକ ଅପରାଧ ଅଟେ । ଏଭଳି ପରିସ୍ଥିତିରେ ରାଜପଥ ଅବରୋଧ କରୁଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ କରାଯିବାକୁ ଆବେଦନରେ ଦର୍ଶାଯାଇଛି। ଆଜି ସୁପ୍ରିମ୍କୋର୍ଟରେ ଶୁଣାଣି ପରେ ସଂପ୍ରତି ଚାଲିଥିବା ଚାଷୀ ଆନ୍ଦୋଳନ ନେଇ ପରବର୍ତ୍ତୀ ରଣନୀତି ସ୍ଥିର କରାଯିବ ବୋଲି କେତେକ ବରିଷ୍ଠ ଚାଷୀ ନେତା କହିଛନ୍ତି। ଅନ୍ୟପକ୍ଷରେ ଆନ୍ଦୋଳନରତ କୃଷକମାନେ ଯେପରି କୌଣସି ଜାତୀୟ ରାଜପଥ ଓ ରେଳ ଧାରଣା ଅବରୋଧ ନ କରନ୍ତି ତାହାକୁ ଧ୍ୟାନରେ ରଖି ପଦକ୍ଷେପ ନେବାପାଇଁ ସରକାରଙ୍କ ଉପରେ ମଧ୍ୟ ଚାପ ବଢ଼ୁଛି। ପୂର୍ବରୁ ଚାଷୀ ଆନ୍ଦୋଳନ ସମୟରେ ସୃଷ୍ଟି ହୋଇଥିବା ଭୀଷଣ ଅନର୍ଥକୁ ଦୃଷ୍ଟିରେ ରଖି ସରକାର ଦିଲ୍ଲୀ ସୀମାରେ ସୁରକ୍ଷା କଡ଼ାକଡ଼ି କରିଛନ୍ତି।




