ସୁପ୍ରିମକୋର୍ଟ ବିଚାରପତି ଭାବେ ଶପଥ ନେଲେ ପ୍ରଶାନ୍ତ ମିଶ୍ରା ଓ କେ. ଭି. ବିଶ୍ବନାଥନ
ନୂଆଦିଲ୍ଲୀ: ବିଚାରପତି ପ୍ରଶାନ୍ତ ମିଶ୍ରା ଏବଂ ବରିଷ୍ଠ ଆଡ୍ଭୋକେଟ୍ କେ. ଭି. ବିଶ୍ବନାଥନ ଆଜି ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ନେଇଛନ୍ତି। ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଆଜିର ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ସୁପ୍ରିମକୋର୍ଟ ୱେବ୍ସାଇଟ୍ରେ ମଧ୍ୟ ଲାଇଭ୍-ଷ୍ଟ୍ରିମ୍ କରାଯାଇଥିଲା। ସୁପ୍ରିମକୋର୍ଟରେ ବିଚାରପତି ମିଶ୍ରା ଏବଂ ବିଶ୍ବନାଥନଙ୍କୁ ନିଯୁକ୍ତି କରିବା ଲାଗି ଗୁରୁବାର ଦିନ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଇନ […]
ନୂଆଦିଲ୍ଲୀ: ବିଚାରପତି ପ୍ରଶାନ୍ତ ମିଶ୍ରା ଏବଂ ବରିଷ୍ଠ ଆଡ୍ଭୋକେଟ୍ କେ. ଭି. ବିଶ୍ବନାଥନ ଆଜି ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ନେଇଛନ୍ତି। ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଆଜିର ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ସୁପ୍ରିମକୋର୍ଟ ୱେବ୍ସାଇଟ୍ରେ ମଧ୍ୟ ଲାଇଭ୍-ଷ୍ଟ୍ରିମ୍ କରାଯାଇଥିଲା। ସୁପ୍ରିମକୋର୍ଟରେ ବିଚାରପତି ମିଶ୍ରା ଏବଂ ବିଶ୍ବନାଥନଙ୍କୁ ନିଯୁକ୍ତି କରିବା ଲାଗି ଗୁରୁବାର ଦିନ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍ ଟୁଇଟ୍ ଦ୍ବାରା ଏହା ସ୍ପଷ୍ଟ କରିଛନ୍ତି। ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବରେ ଗଠିତ ସୁପ୍ରିମକୋର୍ଟଙ୍କ କଲେଜିୟମ୍ ସେମାନଙ୍କ ନାମ ସୁପାରିସ କରିଥିଲେ। ସୂଚନାଯୋଗ୍ୟ, ଆଜି ଶପଥ ଗ୍ରହଣ କରିଥିବା ୨ଜଣ ବିଚାରପତିଙ୍କୁ ମିଶାଇ ସୁପ୍ରିମକୋର୍ଟରେ ବିଚାରପତି ସଂଖ୍ୟା ସମ୍ପୂର୍ଣ୍ଣ ହୋଇଛି। ନିୟମାନୁସାରେ ସୁପ୍ରିମକୋର୍ଟରେ ସମୁଦାୟ ୩୪ଜଣ ବିଚାରପତି ରହିବା କଥା। ଅଳ୍ପଦିନ ପୂର୍ବେ ସୁପ୍ରିମକୋର୍ଟର ବିଚାରପତି ଦିନେଶ ମାହେଶ୍ବରୀ ଏବଂ ଏମ୍.ଆର୍. ଶାହ ଅବସର ଗ୍ରହଣ କରିଥିଲେ। ସେହିପରି, ଜୁଲାଇ ମାସରେ ଆଉ ୪ଜଣ ବିଚାରପତି ଅବସର ଗ୍ରହଣ କରିବାକୁ ଥିବାରୁ ପୁଣି ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ନିର୍ଦ୍ଧାରିତ ସଂଖ୍ୟାଠାରୁ କମିଯିବ।




