ସୁପ୍ରିମକୋର୍ଟ କଲେଜିୟମରେ ସାମିଲ ହେବେ ୩ ନୂଆ ବିଚାରପତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରୁ ଖୁବଶୀଘ୍ର ୬ ଜଣ ବିଚାରପତି ଅବସର ନେବେ। ବିଚାରପତି କେଏମ୍ ଯୋସେଫ ଗତକାଲି ଅବସର ନେଇଥିବା ବେଳେ ଚଳିତ ମାସରେ ପୁଣି ୨ଜଣ ବିଚାରପତିଙ୍କ ଅବସର ଅଛି। ଜଷ୍ଟିସ ଏ ଆର ରସ୍ତୋଗି ୧୭ ତାରିଖରେ ଏବଂ ଜଷ୍ଟିସ ଭି ରାମସୁବ୍ରମନ୍ୟନ୍ ୨୯ ତାରିଖରେ ଅବସର ନେବେ। ଏଥିସହ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ କଲେଜିୟମରୁ ୩ ସଦସ୍ୟଙ୍କ ଅବସର ସହ କଲେଜିୟମରେ ୩ ଜଣ ନୂଆ ସଦସ୍ୟ ସାମିଲ ହେବେ। ଜଷ୍ଟିସ […]

Samaya Live Picture
Published On

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରୁ ଖୁବଶୀଘ୍ର ୬ ଜଣ ବିଚାରପତି ଅବସର ନେବେ। ବିଚାରପତି କେଏମ୍ ଯୋସେଫ ଗତକାଲି ଅବସର ନେଇଥିବା ବେଳେ ଚଳିତ ମାସରେ ପୁଣି ୨ଜଣ ବିଚାରପତିଙ୍କ ଅବସର ଅଛି। ଜଷ୍ଟିସ ଏ ଆର ରସ୍ତୋଗି ୧୭ ତାରିଖରେ ଏବଂ ଜଷ୍ଟିସ ଭି ରାମସୁବ୍ରମନ୍ୟନ୍ ୨୯ ତାରିଖରେ ଅବସର ନେବେ। ଏଥିସହ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ କଲେଜିୟମରୁ ୩ ସଦସ୍ୟଙ୍କ ଅବସର ସହ କଲେଜିୟମରେ ୩ ଜଣ ନୂଆ ସଦସ୍ୟ ସାମିଲ ହେବେ। ଜଷ୍ଟିସ ସଂଜୀବ ଖାନ୍ନା, ବି.ଆର୍ ଗଭାଇ ଏବଂ ସୁର୍ଯ୍ୟ କାନ୍ତ ସିଜେଆଇଙ୍କ ନେତୃତ୍ବାଧୀନ କଲେଜିୟମରେ ଯୋଗ ଦେବେ। କଲେଜିୟମର ଅନ୍ୟ ଜଣେ ସଦସ୍ୟ ହେଉଛନ୍ତି ଜଷ୍ଟିସ ସଂଜୟ କୌଲ। ଆସନ୍ତା ୩୦ ତାରିଖରୁ କଲେଜିୟମର ନୂଆ ସଦସ୍ୟ ସସୁପ୍ରିମକୋର୍ଟରେ ଖାଲି ପଡ଼ିଥିବା ପଦବି ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବେ। ଉଲ୍ଲେଖଯୋଗ୍ୟ ଯେ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ନଭେମ୍ବର ୧୧ ତାରିଖରେ ଦାୟିତ୍ବ ଗ୍ରହଣ କରିବା ପରଠାରୁ ତାଙ୍କ ନେତୃତ୍ବାଧୀନ କଲେଜିୟମ ୧୦ ବିଚାରପତିଙ୍କୁ ନିଯୁକ୍ତ କରିଛନ୍ତି। କିନ୍ତୁ ଏହି ୭ ମାସରେ କେହି ଜଣେ ବି ମହିଳା ବିଚାରପତି ନିଯୁକ୍ତ ହୋଇନାହାନ୍ତି।

Tags: