ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଫଲି ଏସ୍ ନରିମାନଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ସୁପ୍ରିମ୍କୋର୍ଟର ବରିଷ୍ଠ ଆଇନଜୀବୀ ଫଲି ଏସ୍ ନରିମାନଙ୍କ ପରଲୋକ ଘଟିଛି। ମୃ୍ତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ୧୯୨୯ ଜାନୁଆରୀ ୧୦ ତାରିଖରେ ମିଆଁମାରର ଏକ ପାର୍ସୀ ପରିବାରରେ ଜନ୍ମଗ୍ରହଣ କରିଥିବା ନରିମାନ ବମ୍ବେ ହାଇକୋର୍ଟରେ ଆଇନ ଅଭ୍ୟାସ ଆରମ୍ଭ କରିଥିଲେ। ସେତେବେଳେ ତାଙ୍କୁ ୩୮ ବର୍ଷ ହୋଇଥିଲା। ସେ ସମୟରେ ସେ ହାଇକୋର୍ଟର ବିଚାରପତି ହେବା ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିଲେ। ୧୯୭୧ ମସିହାରୁ ସେ ସୁପ୍ରିମ୍କୋର୍ଟର ବରିଷ୍ଠ ଆଇନଜୀବୀ ଥିଲେ ଏବଂ ୧୯୯୧ରୁ […]

Samaya Live Picture
Published On

ନୂଆଦିଲ୍ଲୀ: ସୁପ୍ରିମ୍କୋର୍ଟର ବରିଷ୍ଠ ଆଇନଜୀବୀ ଫଲି ଏସ୍ ନରିମାନଙ୍କ ପରଲୋକ ଘଟିଛି। ମୃ୍ତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ୧୯୨୯ ଜାନୁଆରୀ ୧୦ ତାରିଖରେ ମିଆଁମାରର ଏକ ପାର୍ସୀ ପରିବାରରେ ଜନ୍ମଗ୍ରହଣ କରିଥିବା ନରିମାନ ବମ୍ବେ ହାଇକୋର୍ଟରେ ଆଇନ ଅଭ୍ୟାସ ଆରମ୍ଭ କରିଥିଲେ। ସେତେବେଳେ ତାଙ୍କୁ ୩୮ ବର୍ଷ ହୋଇଥିଲା। ସେ ସମୟରେ ସେ ହାଇକୋର୍ଟର ବିଚାରପତି ହେବା ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିଲେ। ୧୯୭୧ ମସିହାରୁ ସେ ସୁପ୍ରିମ୍କୋର୍ଟର ବରିଷ୍ଠ ଆଇନଜୀବୀ ଥିଲେ ଏବଂ ୧୯୯୧ରୁ ୨୦୧୦ ପର୍ଯ୍ୟନ୍ତ ବାର୍ ଆସୋସିଏସନ୍ ଅଫ୍ ଇଣ୍ଡିଆର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ପଦ୍ମଭୂଷଣ ଓ ପଦ୍ମବିଭୂଷଣ ସମେତ ଦେଶର କେତେକ ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନିତ ହୋଇଥିଲେ ନରିମାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନରିମାନଙ୍କୁ ସବୁଠାରୁ ଉତ୍କୃଷ୍ଟ ଆଇନଜୀବୀ ଓ ବୁଦ୍ଧିଜୀବୀ ବୋଲି କହିଛନ୍ତି। ସାଧାରଣ ନାଗରିକଙ୍କ ପାଖରେ ନ୍ୟାୟ ପହଞ୍ଚାଇବା ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ତାଙ୍କ ବିୟୋଗରେ ମୁଁ ଦୁଃଖିତ। ମୋର ସମବେଦନା ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ସହ ଅଛି। ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ମଧ୍ୟ ନରିମାନଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି ବୁଧବାର ଏକ ପୋଷ୍ଟରେ କହିଛନ୍ତି ଯେ ଏହା ଏକ ଯୁଗର ଅବସାନ। ମିଳିଥିବା ସୂଚନାନୁଯାୟୀ ଗୁରୁବାର ପୂର୍ବାହ୍ଣ ୧୦ଟାରେ ନୂଆଦିଲ୍ଲୀର ପାର୍ସୀ ଆରାମଗାହଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

Tags: