ସୁପ୍ରିମକୋର୍ଟରେ ସିଏଏ ମାମଲା, ୩ ସପ୍ତାହ ମଧ୍ୟରେ ପିଟିସନ୍ ଉପରେ ଜବାବ ଦାଖଲ କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ସିଏଏ (ନାଗରିକତା ସଂଶୋଧନ ଆଇନ) କାର୍ଯ୍ୟକାରୀ ହେବାକୁ ବିରୋଧ କରି ସୁପ୍ରିମକୋର୍ଟରେ ଏକାଧିକ ଆବେଦନ ହୋଇଛି। ଏହି ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ଥିଲା। ସିଏଏ କାର୍ଯ୍ୟକା ରୀତାକୁ ଅଟକାଇବାକୁ ବିରୋଧ କରି ହୋଇଥିବା ଆବେଦନର ଜବାବ ରଖିବାପାଇଁ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କଠାରୁ ସମୟ ମାଗିଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠରେ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟା ହାଜର ହୋଇ କହିଛନ୍ତି ଯେ ସିଏଏ […]

Samaya Live Picture
Published On

ନୂଆଦିଲ୍ଲୀ : ସିଏଏ (ନାଗରିକତା ସଂଶୋଧନ ଆଇନ) କାର୍ଯ୍ୟକାରୀ ହେବାକୁ ବିରୋଧ କରି ସୁପ୍ରିମକୋର୍ଟରେ ଏକାଧିକ ଆବେଦନ ହୋଇଛି। ଏହି ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ଥିଲା। ସିଏଏ କାର୍ଯ୍ୟକା ରୀତାକୁ ଅଟକାଇବାକୁ ବିରୋଧ କରି ହୋଇଥିବା ଆବେଦନର ଜବାବ ରଖିବାପାଇଁ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କଠାରୁ ସମୟ ମାଗିଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠରେ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟା ହାଜର ହୋଇ କହିଛନ୍ତି ଯେ ସିଏଏ କୌଣସି ବ୍ୟକ୍ତିଙ୍କ ନାଗରିକତା ଛଡ଼ାଇ ନେଉନାହିଁ। ତେବେ ପିଟିସନ୍‌ ଉପରେ ଜବାବ ରଖିବାପାଇଁ ସଲିସିଟର ଜେନେରାଲ କିଛି ସମୟ ଦେବାପାଇଁ ଅନୁରୋଧ କରିଥିଲେ। ଫଳରେ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ କେନ୍ଦ୍ର ସରକାରଙ୍କୁ ୩ ସପ୍ତାହ ସମୟ ଦେଇଥିଲେ ଏବଂ ଏପ୍ରିଲ ୯ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି। ଉଲ୍ଳେଖଯୋଗ୍ୟ ଯେ ଗତ ମାର୍ଚ୍ଚ ୧୫ ତାରିଖରେ କାର୍ଯ୍ୟକାରୀ ହୋଇଥିବା ବିବାଦୀୟ ଆଇନ ସିଏଏକୁ ବିରୋଧ କରି ସୁପ୍ରିମକୋର୍ଟରେ ୨୦୦ରୁ ଅଧିକ ଆବେଦନ ହୋଇଛି। ସିଏଏ ଉପରେ ରୋକ୍‌ ଲଗାଇବାପାଇଁ ଏହି ପିଟିସନ ଦାଖଲ ହୋଇଛି। ଆବେଦନକାରୀଙ୍କ ଅଭିଯୋଗ ଅନୁଯାୟୀ ଏହି ଆଇନ ଧର୍ମ ଆଧାରରେ ମୁସଲମାନଙ୍କ ବିରୋଧରେ ଭେଦଭାବ ସୃଷ୍ଟି କରୁଛି।

Tags: