ସୁପ୍ରିମକୋର୍ଟରେ ପ୍ରଥମ, ସାଙ୍କେତିକ ଭାଷାରେ ଯୁକ୍ତି ବାଢ଼ିଲେ ମୂକ ଓ ବଧିର ଆଇନଜୀବୀ ସାରା ସନ୍ନି
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଇତିହାସରେ ପ୍ରଥମ ଥର ପାଇଁ ଜଣେ ମୂକ ଓ ବଧିର ଆଇନଜୀବୀ ସାଙ୍କେତିକ ଭାଷାରେ ଅଦାଲତରେ ଯୁକ୍ତି ବାଢ଼ିଛନ୍ତି। ଜଣେ ଭାଷ୍ୟକାରଙ୍କ ସହଯୋଗରେ ଆଇନଜୀବୀ ଜଣକ ଏହି କାର୍ଯ୍ୟ ସଂପାଦନ କରିଛନ୍ତି। ଏହି ଦିବ୍ୟାଙ୍ଗ ଆଇନଜୀବୀ ଜଣକ ହେଉଛନ୍ତି ସାରା ସନ୍ନି। ସେ ଜଣେ ମହିଳା। ଭର୍ଚୁଆଲ ମୋଡ୍ରେ ମାମଲାର ଶୁଣାଣି ବେଳେ ନିୟନ୍ତ୍ରଣ କକ୍ଷ ପ୍ରଥମେ ସାରା ସନ୍ନିଙ୍କୁ ପରଦାରେ ସ୍ଥାନ ଦେବାକୁ ମନା କରିଥିଲା। ସାରାଙ୍କ ଭାଷ୍ୟକାର ସୌରଭ ରୟ ଚୌଧାରୀ […]
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଇତିହାସରେ ପ୍ରଥମ ଥର ପାଇଁ ଜଣେ ମୂକ ଓ ବଧିର ଆଇନଜୀବୀ ସାଙ୍କେତିକ ଭାଷାରେ ଅଦାଲତରେ ଯୁକ୍ତି ବାଢ଼ିଛନ୍ତି। ଜଣେ ଭାଷ୍ୟକାରଙ୍କ ସହଯୋଗରେ ଆଇନଜୀବୀ ଜଣକ ଏହି କାର୍ଯ୍ୟ ସଂପାଦନ କରିଛନ୍ତି। ଏହି ଦିବ୍ୟାଙ୍ଗ ଆଇନଜୀବୀ ଜଣକ ହେଉଛନ୍ତି ସାରା ସନ୍ନି। ସେ ଜଣେ ମହିଳା। ଭର୍ଚୁଆଲ ମୋଡ୍ରେ ମାମଲାର ଶୁଣାଣି ବେଳେ ନିୟନ୍ତ୍ରଣ କକ୍ଷ ପ୍ରଥମେ ସାରା ସନ୍ନିଙ୍କୁ ପରଦାରେ ସ୍ଥାନ ଦେବାକୁ ମନା କରିଥିଲା। ସାରାଙ୍କ ଭାଷ୍ୟକାର ସୌରଭ ରୟ ଚୌଧାରୀ ସ୍କ୍ରିନରେ ଆସିଥିଲେ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ମାମଲାର ବିଚାର କରୁଥିଲେ। ସନ୍ନି ସାଙ୍କେତିକ ଭାଷାରେ ପ୍ରଦାନ କରୁଥିବା ଯୁକ୍ତିକୁ ଭାଷ୍ୟକାର ଚୌଧାରୀ ଉପସ୍ଥାପନ କରୁଥିଲେ। ଏହି ସମୟରେ ସ୍କ୍ରିନରେ ଆଇନଜୀବୀ ସନ୍ନିଙ୍କୁ ସ୍ଥାନ ଦେବାଲାଗି ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ନିୟନ୍ତ୍ରଣ କକ୍ଷକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଉଭୟ ଆଇନଜୀବୀ ସନ୍ନି ଓ ତାଙ୍କ ଭାଷ୍ୟକାର ସ୍କ୍ରିନରେ ଆସି ଅଦାଲତରେ ଯୁକ୍ତି ବାଢ଼ିଥିଲେ। ଆଇନଜୀବୀ ସନ୍ନି ପରଦାରେ ଦେଖାଯିବାର ବ୍ୟବସ୍ଥା ଆଡଭୋକେଟ-ଅନ-ରେକର୍ଡ ସଂଚିତା ଆନ୍ଙ୍କ ଦ୍ବାରା କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ନ୍ୟାୟ ପ୍ରତି ସମସ୍ତଙ୍କର ଯେଭଳି ସମାନ ପହଞ୍ଚ ରହିବ ସେଥିପାଇଁ ପ୍ରଧାନ ବିଚାରପତି ଗୁରୁତ୍ବାରୋପ କରିଆସୁଛନ୍ତି।




