ସୁପ୍ରିମକୋର୍ଟଙ୍କ ରାୟକୁ ବରିଷ୍ଠ କଂଗ୍ରେସ ନେତାଙ୍କ ସ୍ବାଗତ

ନୂଆଦିଲ୍ଲୀ: ମୋଦୀ ସାଙ୍ଗିଆ ଟିପ୍ପଣୀ ମାମଲାରେ ରାହୁଲଙ୍କ ଦଣ୍ଡାଦେଶ ଉପରେ ସୁପ୍ରିମକୋର୍ଟ ରୋକ୍‌ ଲଗାଇବା ସଂକ୍ରାନ୍ତ ରାୟକୁ ଆଜି ବରିଷ୍ଠ କଂ‌ଗ୍ରେସ ନେତା ସ୍ବାଗତ କରିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟକୁ ସ୍ବାଗତ କରି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ଗଣତନ୍ତ୍ରର ବିଜୟ ହୋଇଛି। କଂଗ୍ରେସ ରାଜ୍ୟସଭା ସାଂସଦ କେସି ବେଣୁଗୋପାଳ କହିଛନ୍ତି, ସୁପ୍ରିମକୋର୍ଟଙ୍କ ରାୟକୁ ଆମେ ସ୍ବାଗତ କରୁଛୁ। ନ୍ୟାୟର ବିଜୟ ହୋଇଛି। ଲୋକଙ୍କ ସ୍ବରକୁ କୌଣସି ବି ଶକ୍ତି ନିରବ କରିପାରିବନି। ବରିଷ୍ଠ କଂଗ୍ରେସ ନେତା […]

Samaya Live Picture
Published On

ନୂଆଦିଲ୍ଲୀ: ମୋଦୀ ସାଙ୍ଗିଆ ଟିପ୍ପଣୀ ମାମଲାରେ ରାହୁଲଙ୍କ ଦଣ୍ଡାଦେଶ ଉପରେ ସୁପ୍ରିମକୋର୍ଟ ରୋକ୍‌ ଲଗାଇବା ସଂକ୍ରାନ୍ତ ରାୟକୁ ଆଜି ବରିଷ୍ଠ କଂ‌ଗ୍ରେସ ନେତା ସ୍ବାଗତ କରିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟକୁ ସ୍ବାଗତ କରି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ଗଣତନ୍ତ୍ରର ବିଜୟ ହୋଇଛି। କଂଗ୍ରେସ ରାଜ୍ୟସଭା ସାଂସଦ କେସି ବେଣୁଗୋପାଳ କହିଛନ୍ତି, ସୁପ୍ରିମକୋର୍ଟଙ୍କ ରାୟକୁ ଆମେ ସ୍ବାଗତ କରୁଛୁ। ନ୍ୟାୟର ବିଜୟ ହୋଇଛି। ଲୋକଙ୍କ ସ୍ବରକୁ କୌଣସି ବି ଶକ୍ତି ନିରବ କରିପାରିବନି। ବରିଷ୍ଠ କଂଗ୍ରେସ ନେତା ଜୟରାମ‌ ରମେଶ ବିଜେପି ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ରମେଶ କହିଛନ୍ତି, ସୁପ୍ରିମକୋର୍ଟଙ୍କ ରାୟ ସତ୍ୟ ଏବଂ ନ୍ୟାୟର ଏକ ଦୃଢ଼ ପ୍ରମାଣ। ବିଜେପିର ବଳିଷ୍ଠ ଉଦ୍ୟମ ସତ୍ତ୍ବେ ରାହୁଲ ଗାନ୍ଧି ଭାଙ୍ଗି ନାହାନ୍ତି କି ନଇଁ ନାହାନ୍ତି। ସେ ନ୍ୟାୟିକ ପ୍ରକ୍ରିୟା ଉପରେ ବିଶ୍ବାସ ରଖିଥିଲେ। ଲୋକସଭା ସାଂସଦ ଶଶି ଥରୁର କହିଛନ୍ତି, ଏହା ଅନ୍ୟାୟ ମାମଲାରେ ନ୍ୟାୟ ଆଡ଼କୁ ପ୍ରଥମ ପ‌ଦକ୍ଷେପ। ରାହୁଲଙ୍କ ଭଉଣୀ ଏବଂ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ନିଜର ଟିପ୍ପଣୀ ରଖିବାପାଇଁ ଗୌତମ ବୁଦ୍ଧଙ୍କର ଏକ ଉକ୍ତିକୁ ଉଦ୍ଧାର କରି କହିଛନ୍ତି, ୩ଟି ଜିନିଷକୁ ବେଶୀଦିନ ଲୁଚାଇ ହୁଏନା ଏବଂ ତାହା ହେଉଛି ଚନ୍ଦ୍ର, ସୂର୍ଯ୍ୟ ଏବଂ ସତ୍ୟ। ନ୍ୟାୟପୂର୍ଣ୍ଣ ନିଷ୍ପତ୍ତି ପ୍ରଦାନ କରିଥିବାରୁ ମାନ୍ୟବର ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ। ସତ୍ୟମେବ ଜୟତେ।

Tags: