ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବି ମାନିଲେନି, ବିଳମ୍ବିତ ରାତି ଯାଏଁ ବାଣ ଫୁଟାଇଲେ

ନୂଆଦିଲ୍ଲୀ : ପ୍ରଦୂଷଣରେ କଲବଲ ହେଉଥିବା ଦିଲ୍ଲୀ ବାସିନ୍ଦାଙ୍କ ପାଇଁ ଗଲା ୨ ଦିନ ତଳେ ସାମାନ୍ୟ ବର୍ଷା କିଛି ଆଶ୍ବସ୍ତି ଆଣିଥିଲା। ବର୍ଷା ଯୋଗୁଁ ଦିଲ୍ଲୀ ବାୟୁରେ ସାମାନ୍ୟ ସୁଦ୍ଧାର ଆସିଥିଲା। କିନ୍ତୁ ଗତକାଲି ଦିପାବଳୀ ପାଇଁ ଦିଲ୍ଲୀରେ ବାଣ ଫୁଟିଥିବାରୁ ଦିଲ୍ଲୀ ବାୟୁ ପୁଣିଥରେ ବିଷାକ୍ତ ହୋଇଯାଇଛି। ସୁପ୍ରିମକୋର୍ଟ ବାଣ ଫୁଟାଇବା ଉପରେ କଟକଣା ଲଗାଇଥିଲେ ଲୋକ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନିନାହାନ୍ତି। ଦିଲ୍ଲୀର ଶାହପୁର ଜାଟ, ହୌଜ ଖାସ, ଡିଫେନ୍ସ କଲୋନି, ଛତ୍ରପୁର, ଇଷ୍ଟ୍ […]

Samaya Live Picture
Published On

ନୂଆଦିଲ୍ଲୀ : ପ୍ରଦୂଷଣରେ କଲବଲ ହେଉଥିବା ଦିଲ୍ଲୀ ବାସିନ୍ଦାଙ୍କ ପାଇଁ ଗଲା ୨ ଦିନ ତଳେ ସାମାନ୍ୟ ବର୍ଷା କିଛି ଆଶ୍ବସ୍ତି ଆଣିଥିଲା। ବର୍ଷା ଯୋଗୁଁ ଦିଲ୍ଲୀ ବାୟୁରେ ସାମାନ୍ୟ ସୁଦ୍ଧାର ଆସିଥିଲା। କିନ୍ତୁ ଗତକାଲି ଦିପାବଳୀ ପାଇଁ ଦିଲ୍ଲୀରେ ବାଣ ଫୁଟିଥିବାରୁ ଦିଲ୍ଲୀ ବାୟୁ ପୁଣିଥରେ ବିଷାକ୍ତ ହୋଇଯାଇଛି। ସୁପ୍ରିମକୋର୍ଟ ବାଣ ଫୁଟାଇବା ଉପରେ କଟକଣା ଲଗାଇଥିଲେ ଲୋକ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନିନାହାନ୍ତି। ଦିଲ୍ଲୀର ଶାହପୁର ଜାଟ, ହୌଜ ଖାସ, ଡିଫେନ୍ସ କଲୋନି, ଛତ୍ରପୁର, ଇଷ୍ଟ୍ ଅଫ କୈଳାଶ , ମନ୍ଦିର ମାର୍ଗ ଏବଂ ପହରଗଞ୍ଜ ଆଦି ସ୍ଥାନରେ ଗତକାଲି ସନ୍ଧ୍ୟା ୬ଟା ପରଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାଣ ଫୁଟିଥିଲା। ତେବେ ପୂର୍ବବର୍ଷ ଅପେକ୍ଷା ବାଣ କମ୍ ଫୁଟିଛି। କିନ୍ତୁ ସୋମବାର ସକାଳେ ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ମୋଟା ଧୂଆଁ ଆଚ୍ଛାଦିତ ହୋଇଛି। ଦୀପାବଳି ଦିନ ଦିଲ୍ଲୀରେ ୮ ବର୍ଷ ମଧ୍ୟରେ ବାୟୁର ମାନ ସବୁଠାରୁ ଭଲ୍ ରହିଛି। ଦିପାବଳୀ ଦିନ ଦିଲ୍ଲୀରେ ହାରାହାରି ଏକ୍ୟୁଆଇ ୨୧୮ ରହିଥିଲା। ତେବେ ସୋମବାର ଦିନ ଦିଲ୍ଲୀର କିଛି ସ୍ଥାନରେ ଏକ୍ୟୁଆଇ ୯୦୦ ରହିଛି। ଦିଲ୍ଲୀର ଇଣ୍ଡିଆ ଗେଟ୍ ଅଞ୍ଚଳରେ ଏକ୍ୟୁଆଇ ୯୯୯ ରହିଛି। ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ଏକ୍ୟୁଆଇ ୯୯୯ ରହିଛି। ଦିଲ୍ଲୀରେ ଏଭଳି ସ୍ଥିତି ପାଇଁ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ପରିବେଶ ବିଭାଗ ଅଧିକାରୀଙ୍କ ସହ ଆଜି ସମୀକ୍ଷା ବୈଠକ କରିବେ।

Tags: