ସୁପ୍ରିମକୋର୍ଟଙ୍କୁ ଅବଗତ କଲେ ଇସି , ନକଲି ଭୋଟରଙ୍କୁ ତାଲିକାରୁ ହଟାଉଛୁ
ନୂଆଦିଲ୍ଲୀ : ବିହାରରେ ‘ସାର୍’ (ସ୍ବତନ୍ତ୍ର ଭୋଟର୍ ତାଲିକା ସଂଶୋଧନ) ପ୍ରସଙ୍ଗରେ ସୁପ୍ରିମ୍କୋର୍ଟରେ ଜବାବ ଦାଖଲ କରିଛନ୍ତି ନିର୍ବାଚନ କମିସନ୍ (ଇସି)। ସୁପ୍ରିମକୋର୍ଟଙ୍କୁ ନିର୍ବାଚନ କମିସନ୍ କହିଛନ୍ତି ଯେ ଏହା ଭୋଟର ତାଲିକାରୁ ନକଲି ଭୋଟରଙ୍କୁ ବାଦ୍ ଦେବା ସଂକ୍ରାନ୍ତ ସାମ୍ବିଧାନିକ ଦାୟିତ୍ବ ତୁଲାଉଛି। ଏହାଦ୍ବାରା ଭୋଟରଙ୍କର କୌଣସି ପ୍ରକାର ସମସ୍ୟା ହେବନାହିଁ। ତେବେ ବିହାରରେ ‘ସାର୍’ ସଂକ୍ରାନ୍ତରେ ବିଭିନ୍ନ ଗଣମାଧ୍ୟମରେ ବିଭ୍ରାନ୍ତକର ଖବର ପ୍ରସାର କରାଯାଉଛି ବୋଲି କମିସନ୍ ଅଭିଯୋଗ କରିଛନ୍ତି। ଇସି ବିହାରରେ ଭୋଟର […]
ନୂଆଦିଲ୍ଲୀ : ବିହାରରେ ‘ସାର୍’ (ସ୍ବତନ୍ତ୍ର ଭୋଟର୍ ତାଲିକା ସଂଶୋଧନ) ପ୍ରସଙ୍ଗରେ ସୁପ୍ରିମ୍କୋର୍ଟରେ ଜବାବ ଦାଖଲ କରିଛନ୍ତି ନିର୍ବାଚନ କମିସନ୍ (ଇସି)। ସୁପ୍ରିମକୋର୍ଟଙ୍କୁ ନିର୍ବାଚନ କମିସନ୍ କହିଛନ୍ତି ଯେ ଏହା ଭୋଟର ତାଲିକାରୁ ନକଲି ଭୋଟରଙ୍କୁ ବାଦ୍ ଦେବା ସଂକ୍ରାନ୍ତ ସାମ୍ବିଧାନିକ ଦାୟିତ୍ବ ତୁଲାଉଛି। ଏହାଦ୍ବାରା ଭୋଟରଙ୍କର କୌଣସି ପ୍ରକାର ସମସ୍ୟା ହେବନାହିଁ। ତେବେ ବିହାରରେ ‘ସାର୍’ ସଂକ୍ରାନ୍ତରେ ବିଭିନ୍ନ ଗଣମାଧ୍ୟମରେ ବିଭ୍ରାନ୍ତକର ଖବର ପ୍ରସାର କରାଯାଉଛି ବୋଲି କମିସନ୍ ଅଭିଯୋଗ କରିଛନ୍ତି। ଇସି ବିହାରରେ ଭୋଟର ତାଲିକା ବଦଳାଉଥିବା ନେଇ ବିଭିନ୍ନ ବିରୋଧୀ ଦଳ ଗୁଡ଼ିକ କୋର୍ଟରେ ଅଭିଯୋଗ କରିଥିବାବେଳେ ନିର୍ବାଚନ କମିସନ୍ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସାର୍ ଦ୍ବାରା ଭୋଟରଙ୍କର କୌଣସି ସମସ୍ୟା ହେଉନାହିଁ ବୋଲି କମିସନ୍ କହିଛନ୍ତି।




