ସୁପ୍ରିମକୋର୍ଟରେ କବିତାଙ୍କୁ ଝଟ୍‌କା

ନୂଆଦିଲ୍ଲୀ, ୨୭/୩ : ବିଆରଏସ୍‌ (ଭାରତ ରାଷ୍ଟ୍ରପତି ସମିତି) ଏମଏଲସି କେ କବିତାଙ୍କୁ ଆଜି ସୁପ୍ରିମକୋର୍ଟରେ ଝଟ୍‌କା ଲାଗିଛି। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ସମନ୍‌କୁ ଚ୍ୟାଲେଂଜ କରି କବିତା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାରେ ଗିରଫରୁ ବର୍ତ୍ତିବାବାଇଁ କବିତା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। କିନ୍ତୁ ଜଷ୍ଟିସ ଅଜୟ ରସ୍ତୋଗିଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କବିତାଙ୍କୁ ଗିରଫରୁ ସୁରକ୍ଷା ଦେବାପାଇଁ କୌଣସି ଅନ୍ତରୀଣ ଆଶ୍ବସ୍ତି ଦେଇନାହାନ୍ତି କି ଇଡି ସମନ୍‌ ଉପରେ ରୋକ୍‌ ଲଗାଇନାହାନ୍ତି। […]

Samaya Live Picture
Published On

ନୂଆଦିଲ୍ଲୀ, ୨୭/୩ : ବିଆରଏସ୍‌ (ଭାରତ ରାଷ୍ଟ୍ରପତି ସମିତି) ଏମଏଲସି କେ କବିତାଙ୍କୁ ଆଜି ସୁପ୍ରିମକୋର୍ଟରେ ଝଟ୍‌କା ଲାଗିଛି। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ସମନ୍‌କୁ ଚ୍ୟାଲେଂଜ କରି କବିତା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାରେ ଗିରଫରୁ ବର୍ତ୍ତିବାବାଇଁ କବିତା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। କିନ୍ତୁ ଜଷ୍ଟିସ ଅଜୟ ରସ୍ତୋଗିଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କବିତାଙ୍କୁ ଗିରଫରୁ ସୁରକ୍ଷା ଦେବାପାଇଁ କୌଣସି ଅନ୍ତରୀଣ ଆଶ୍ବସ୍ତି ଦେଇନାହାନ୍ତି କି ଇଡି ସମନ୍‌ ଉପରେ ରୋକ୍‌ ଲଗାଇନାହାନ୍ତି। ମାମଲାର ଶୁଣାଣି ୩ ସପ୍ତାହ ପରେ କରିବାପାଇଁ ସୁପ୍ରିମକୋର୍ଟ ଧାର୍ଯ୍ୟ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଇଡି ସମନ୍‌ ଉପରେ ରୋକ୍‌ ଲଗାଇବାକୁ କବିତା ସୁପ୍ରିମକୋର୍ଟ‌ରେ ଜରୁରୀ ଶୁଣାଣି ପାଇଁ ଆବେଦନ କରିଥିଲେ ସୁଦ୍ଧା କୋର୍ଟ ଏଥିରେ ହସ୍ତକ୍ଷେପ କରିନଥିଲେ। ତେଣୁ କବିତା ଏହି ମାମଲାରେ ‌ ୩ ଥର ଇଡିରେ ହାଜର ହୋଇସାରିଛନ୍ତି। ଆଜି ମଧ୍ୟ କବିତାଙ୍କୁ ସୁପ୍ରିମକୋର୍ଟ‌‌ରେ କିଛି ଆଶ୍ବସ୍ତି ମିଳିଲାନି।

Tags: