ସୁନୀତାଙ୍କ ପାଇଁ ‘ଭାରତରତ୍ନ’ ଦାବି

କୋଲକାତା: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱଲିୟମ୍‌ସଙ୍କୁ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତରତ୍ନ’ରେ ସମ୍ମାନିତ କରିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାବି କରିଛନ୍ତି। ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ୨୮୬ ଦିନ ରହିବା ପରେ ସୁନୀତା ୱିଲିୟମ୍‌ସ ପୃଥିବୀକୁ ପ୍ରତ୍ୟାବର୍ତ୍ତନ ପ୍ରସଙ୍ଗରେ ଆଜି ମୁଖ୍ୟମନ୍ତ୍ରୀ ମମତା ବିଧାନସଭାରେ ବକ୍ତବ୍ୟ ରଖି ଏହି ଦାବି କରିଛନ୍ତି। ଏଥିରେ ତାଙ୍କୁ ଫେରାଇ ଆଣିବାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ନାସା ଓ ସ୍ପେସ୍‌ଏକ୍ସ ଟିମ୍‌କୁ ପଶ୍ଚିମବଙ୍ଗ ବିଧାନସଭା ପକ୍ଷରୁ […]

Samaya Live Picture
Published On

କୋଲକାତା: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱଲିୟମ୍‌ସଙ୍କୁ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତରତ୍ନ’ରେ ସମ୍ମାନିତ କରିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାବି କରିଛନ୍ତି। ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ୨୮୬ ଦିନ ରହିବା ପରେ ସୁନୀତା ୱିଲିୟମ୍‌ସ ପୃଥିବୀକୁ ପ୍ରତ୍ୟାବର୍ତ୍ତନ ପ୍ରସଙ୍ଗରେ ଆଜି ମୁଖ୍ୟମନ୍ତ୍ରୀ ମମତା ବିଧାନସଭାରେ ବକ୍ତବ୍ୟ ରଖି ଏହି ଦାବି କରିଛନ୍ତି। ଏଥିରେ ତାଙ୍କୁ ଫେରାଇ ଆଣିବାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ନାସା ଓ ସ୍ପେସ୍‌ଏକ୍ସ ଟିମ୍‌କୁ ପଶ୍ଚିମବଙ୍ଗ ବିଧାନସଭା ପକ୍ଷରୁ କୃତଜ୍ଞତା ଜଣାଇଥିଲେ। ଏହାସହ ସୁନୀତାଙ୍କୁ ଭାରତରତ୍ନ ଦେବା ଉଚିତ ବୋଲି କହିଥିଲେ। ପରବର୍ତ୍ତୀ ସମୟରେ ଏହି ପ୍ରସଙ୍ଗକୁ ନେଇ ସେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ଆମ ଭାରତର କନ୍ୟା ଆମ ନିକଟକୁ ଫେରି ଆସିଛି। ଆମେ ଗଭୀର ଭାବେ ଖୁସି ଓ ଆନନ୍ଦିତ। ଆମେ ବୁଚ୍‌ ୱିଲ୍‌ମୋର୍‌ଙ୍କ ନିମନ୍ତେ ମଧ୍ୟ ଖୁବ୍‌ ଆନନ୍ଦିତ। ସେମାନଙ୍କ ସାହସ ଜିନ୍ଦାବାଦ୍‌, ସେମାନଙ୍କ ପ୍ରତ୍ୟାବର୍ତ୍ତନ ଜିନ୍ଦାବାଦ, ମାନବ ବିକାଶ ଜିନ୍ଦାବାଦ।

Tags: