ସୁନିତା କେଜ୍ରିୱାଲ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାପାଇଁ ପ୍ରସ୍ତୁତ ହେଉଛନ୍ତି : କେନ୍ଦ୍ର ମନ୍ତ୍ରୀ ପୁରୀ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନିତା କେଜ୍ରିୱାଲ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାପାଇଁ ପ୍ରସ୍ତୁତ ହେଉଛନ୍ତି। ସୁନିତାଙ୍କ ଉପରେ ବର୍ଷି କେନ୍ଦ୍ର ମନ୍ତ୍ରୀ ହରଦୀପ ପୁରୀ କହିଛନ୍ତି, ସେ ତାଙ୍କ ସହକର୍ମୀମାନଙ୍କୁ ଅଣଦେଖା କରୁଛନ୍ତି। ମାଡାମ ତାଙ୍କ ସ୍ବାମୀଙ୍କ ଜାଗା ନେବାକୁ ପ୍ରସ୍ତୁତ ହେଉଛନ୍ତି। ରାବଡି ଦେବୀ ମଧ୍ୟ ବିହାରରେ ଠିକ୍ ସେମିତି କରିଥିଲେ। ଉଲ୍ଳେଖଯୋଗ୍ୟ ଯେ କେଜ୍ରିୱାଲ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଦ୍ବାରା ଗିରଫ ହେବାପରେ ସୁନିତା କେଜ୍ରିୱାଲ ଠିକ୍ ସେହି […]

Samaya Live Picture
Published On

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନିତା କେଜ୍ରିୱାଲ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାପାଇଁ ପ୍ରସ୍ତୁତ ହେଉଛନ୍ତି। ସୁନିତାଙ୍କ ଉପରେ ବର୍ଷି କେନ୍ଦ୍ର ମନ୍ତ୍ରୀ ହରଦୀପ ପୁରୀ କହିଛନ୍ତି, ସେ ତାଙ୍କ ସହକର୍ମୀମାନଙ୍କୁ ଅଣଦେଖା କରୁଛନ୍ତି। ମାଡାମ ତାଙ୍କ ସ୍ବାମୀଙ୍କ ଜାଗା ନେବାକୁ ପ୍ରସ୍ତୁତ ହେଉଛନ୍ତି। ରାବଡି ଦେବୀ ମଧ୍ୟ ବିହାରରେ ଠିକ୍ ସେମିତି କରିଥିଲେ। ଉଲ୍ଳେଖଯୋଗ୍ୟ ଯେ କେଜ୍ରିୱାଲ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଦ୍ବାରା ଗିରଫ ହେବାପରେ ସୁନିତା କେଜ୍ରିୱାଲ ଠିକ୍ ସେହି ଚେୟାରରୁ ଗଣମାଧ୍ୟମକୁ ଉଦବୋଧନ ଦେଇଥି୍ଲେ ଯେଉଁ ଚେୟାରରୁ କେଜ୍ରିୱାଲ ଗଣମାଧ୍ୟମକୁ ଉଦବୋଧନ ଦେଉଥିଲେ। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ସୁନୀତା କେଜ୍ରିୱାଲ ରାବଡ଼ି ଦେବୀଙ୍କ ପରି ସମାନ ପଥରେ ଯାଇପାରନ୍ତି ବୋଲି କହିବାପରେ ହରଦୀପ ସିଂହ ପୁରୀ ଆଜି ଏଭଳି ଦାବି କରିଛନ୍ତି। ଉଲ୍ଳେଖଯୋଗ୍ୟ ଯେ ଯେତେବେଳେ ଲାଲୁ ପ୍ରସାଦ ଯାଦବ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଫସିଥିଲେ ସେସମୟରେ ରାବଡ଼ି ଦେବୀ ପ୍ରଥମେ ଏହା ଘୋଷଣା କରିଥିଲେ ଏବଂ ପରେ ଧୀରେଧୀରେ ଏହି ଚେୟାରକୁ ଅକ୍ତିଆର କରିନେଇଥିଲେ। ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କୁ ଜେଲ୍ ହେବାପରେ ରାବଡ଼ି ଦେବୀଙ୍କୁ ବିହାର ମୁଖ୍ୟମନ୍ତ୍ରୀ ଦାୟିତ୍ବ ମିଳିଲା।

Tags: