ସୁନା ଝିଅ ଅନନ୍ୟା
ଚଙ୍କିପାଣ୍ଡେ ନିକଟରେ ଏକ ସାକ୍ଷାତକାରରେ ଅନନ୍ୟା ପାଣ୍ଡେଙ୍କ ସମ୍ପର୍କରେ କିଛି ଷ୍ଟେଟମେଣ୍ଟ୍ ଦେଇଛନ୍ତି ଯାହା ଭାଇରାଲ ହେବାରେ ଲାଗିଛି । ଅନନ୍ୟା ଫିଲ୍ମ ଲାଇଗର କରିବା ପାଇଁ ରେଡି ନଥିଲେ, ହେଲେ ଚଙ୍କି ପାଣ୍ଡେ ତାଙ୍କୁ ବୁଝାଇବା ପରେ ସେ ଏଥିପାଇଁ ରେଡି ହୋଇଥିଲେ । ଏହି ଫିଲ୍ମର ଚରିତ୍ର ପାଇଁ ତାଙ୍କ ବୟସ କମ ଥିଲା ବୋଲି ଅନନ୍ୟା ଭାବିଥିଲେ । ତେଣୁ ସେ ଏଥିରେ ଅଭିନୟ ପାଇଁ ରାଜୁ ହେଉନଥିଲେ, ହେଲେ ବାପାଙ୍କୁ ମନା […]
ଚଙ୍କିପାଣ୍ଡେ ନିକଟରେ ଏକ ସାକ୍ଷାତକାରରେ ଅନନ୍ୟା ପାଣ୍ଡେଙ୍କ ସମ୍ପର୍କରେ କିଛି ଷ୍ଟେଟମେଣ୍ଟ୍ ଦେଇଛନ୍ତି ଯାହା ଭାଇରାଲ ହେବାରେ ଲାଗିଛି । ଅନନ୍ୟା ଫିଲ୍ମ ଲାଇଗର କରିବା ପାଇଁ ରେଡି ନଥିଲେ, ହେଲେ ଚଙ୍କି ପାଣ୍ଡେ ତାଙ୍କୁ ବୁଝାଇବା ପରେ ସେ ଏଥିପାଇଁ ରେଡି ହୋଇଥିଲେ । ଏହି ଫିଲ୍ମର ଚରିତ୍ର ପାଇଁ ତାଙ୍କ ବୟସ କମ ଥିଲା ବୋଲି ଅନନ୍ୟା ଭାବିଥିଲେ । ତେଣୁ ସେ ଏଥିରେ ଅଭିନୟ ପାଇଁ ରାଜୁ ହେଉନଥିଲେ, ହେଲେ ବାପାଙ୍କୁ ମନା କରିନଥିଲେ ଅନନ୍ୟା । ବାପାଙ୍କ କଥା ମାନି ସେ ଏଥିରେ ଅଭିନୟ କରିଥିବା ଚଙ୍କି ପାଣ୍ଡେ ପ୍ରକାଶ କରିଛନ୍ତି । ତେବେ ପରେ କିନ୍ତୁ ଚଙ୍କିପାଣ୍ଡେ ଭାବିଥିଲେ କି ଅନନ୍ୟାଙ୍କ ନିଷ୍ପତ୍ତି ଠିକ୍ ଥିଲା ତେଣୁ ସେ କେବେ ବି ଆଉ ତାଙ୍କୁ କୌଣସି କଥା ପାଇଁ ବାଧ୍ୟ କରନ୍ତି ନାହିଁ । ତାଙ୍କ ଯୁଗ ଓ ଏବେକାର ଯୁଗରେ ଖୁବ ଅନ୍ତର ରହିଛି, ଯାହା ଅନନ୍ୟା ଭଲଭାବେ ବୁଝୁଛନ୍ତି । ତେଣୁ ସେ ବର୍ତ୍ତମାନ ଅନନ୍ୟାଙ୍କର ସମସ୍ତ ନିଷ୍ପତ୍ତି ଉପରେ ଭରସା କରୁଛନ୍ତି । ସୂଚନା ଅନୁସାରେ ୨୦୨୨ରେ କରଣ ଜୋହରଙ୍କ ପ୍ରଡକସନ୍ ହାଉସ ଫିଲ୍ମ ଲାଇଗର ନିର୍ମାଣ କରିଥିଲା । ଯେଉଁଥିରେ ଅନନ୍ୟା ବିଜୟ ଦେବରକୋଣ୍ଡାଙ୍କ ସହିତ ସ୍କ୍ରିନ ସେୟାର କରିଥିଲେ । ୧୦୦ କୋଟିର ବଜେଟ୍ରେ ନିର୍ମାଣ ହୋଇଥିବା ଏହି ଫିଲ୍ମ କିନ୍ତୁ ବକ୍ସଅଫିସ୍ରେ ଫ୍ଲପ୍ ସାବ୍ୟସ୍ତ ହୋଇଥିଲା ।




