ସୁଦାନ ସଙ୍କଟ ପାଇଁ ୪ ରାଷ୍ଟ୍ର ସହ କଥାବାର୍ତ୍ତା କରୁଛି ଭାରତ

ନୂଆଦିଲ୍ଲୀ: ସୁଦାନରେ ହିଂସା ଜାରି ରହିଛି। ସୁଦାନରେ ଥିବା ଭାରତୀୟ ନାଗରିକଙ୍କ ନିରାପତ୍ତା ଓ ସୁରକ୍ଷା ନିମନ୍ତେ ଭାରତ ସରକାର ବିଭିନ୍ନ ଦେଶ ସହ ଯୋଗଯୋଗରେ ଅଛନ୍ତି । ଭାରତ ୪ ରାଷ୍ଟ୍ର ଆମେରିକା, ଇଂଲଣ୍ଡ, ସାଉଦି ଆରବ ଓ ୟୁଏଇ ସହ ଏ ପ୍ରସଙ୍ଗରେ କଥାବାର୍ତ୍ତା କରୁଛି । କାରଣ ଏହି ପ୍ରସଙ୍ଗରେ ଉକ୍ତ ୪ ରାଷ୍ଟ୍ରର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ତାଙ୍କର ସାଉଦି ଆରବ ଓ ୟୁଏଇ […]

Samaya Live Picture
Published On

ନୂଆଦିଲ୍ଲୀ: ସୁଦାନରେ ହିଂସା ଜାରି ରହିଛି। ସୁଦାନରେ ଥିବା ଭାରତୀୟ ନାଗରିକଙ୍କ ନିରାପତ୍ତା ଓ ସୁରକ୍ଷା ନିମନ୍ତେ ଭାରତ ସରକାର ବିଭିନ୍ନ ଦେଶ ସହ ଯୋଗଯୋଗରେ ଅଛନ୍ତି । ଭାରତ ୪ ରାଷ୍ଟ୍ର ଆମେରିକା, ଇଂଲଣ୍ଡ, ସାଉଦି ଆରବ ଓ ୟୁଏଇ ସହ ଏ ପ୍ରସଙ୍ଗରେ କଥାବାର୍ତ୍ତା କରୁଛି । କାରଣ ଏହି ପ୍ରସଙ୍ଗରେ ଉକ୍ତ ୪ ରାଷ୍ଟ୍ରର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ତାଙ୍କର ସାଉଦି ଆରବ ଓ ୟୁଏଇ ପ୍ରତିପକ୍ଷଙ୍କ ସହ ଆଲୋଚନା କରିବା ପରେ କହିଛନ୍ତି ଯେ ଉଭୟ ଦେଶ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ୱାସିଂଟନସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ଓ ଲଣ୍ଡନସ୍ଥିତ ଉଚ୍ଚାୟୁକ୍ତ ସମ୍ପୃକ୍ତ ଦେଶର ସରକାରଙ୍କ ସହ ଯୋଗଯୋଗରେ ଅଛନ୍ତି। ଭାରତ ଜାତିସଂଘକୁ ମଧ୍ୟ ଏନେଇ ଅବଗତ କରାଇଛି ବୋଲି ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ନୂଆଦିଲ୍ଲୀରେ ଏ ନେଇ ଏକ ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ୍ ଆରମ୍ଭ କରାଯାଇଛି। ଆମେ ଖାରତୁମ ଦୂତାବାସ ସହ ଯୋଗାଯୋଗରେ ଅଛୁ। ସେଠାରୁ ଭାରତୀୟ ସମୁଦାୟ ବିଷୟରେ ନିୟମିତ ଖବର ରଖାଯାଉଛି। ହ୍ବାଟ୍ସଆପ୍ ଗ୍ରୁପ୍ ସମେତ ବିଭିନ୍ନ ଭାବରେ ଦୂତାବାସ ସୁଦାନରେ ରହୁଥିବା ଭାରତୀୟଙ୍କ ସହ ସମ୍ପର୍କ ରଖିଛନ୍ତି। ସୂଚନାଯୋଗ୍ୟ, ଗତ ଛଅଦିନ ହେଲା ସୁଦାନରେ ଦେଶର ସେନା ଓ ଅର୍ଦ୍ଧସାମରିକ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଯୋଗୁ ୩୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି।

Tags: