ସୁଦାନ ସଂକଟ ଜାରି, ଶାନ୍ତି କଥାବାର୍ତ୍ତା ବିଫଳ
ଖାରତୁମ: ସୁଦାନରେ ସେନା ଓ ଅର୍ଦ୍ଧ ସାମରିକ ବାହିନୀ ମଧ୍ୟରେ ଶାନ୍ତି କଥାବାର୍ତ୍ତା ବିଫଳ ହେବା ପରେ ଶୁକ୍ରବାର ଗୁଳିଗୋଳା ମାଡ଼ ଓ ଏୟାର୍ ଷ୍ଟ୍ରାଇକ୍ ଜାରି ରହିଛି। ଖାରତୁମ ଓ ଓମଡରମାନ ବାସିନ୍ଦାଙ୍କ କହିବା ଅନୁଯାୟୀ, ସେନା ପୁନଃ ଏୟାର୍ ଷ୍ଟ୍ରାଇକ୍ ଆରମ୍ଭ କରିବା ସହ ଆକ୍ରମଣକୁ ଜୋରଦାର କରିଛି। ଅର୍ଦ୍ଧସାମରିକ ରାପିଡ୍ ସପର୍ଟ ଫୋର୍ସେସ୍ (ଆର୍ଏସ୍ଏଫ୍) ପଛଘୁଞ୍ଚା ଦେବାର ବି କୌଣସି ଲକ୍ଷଣ ଦେଖିବାକୁ ମିଳୁନାହିଁ। ଲୋକମାନେ ଦୟନୀୟ ଅବସ୍ଥା ଭିତରେ ଆତଙ୍କରେ ସମୟ […]
ଖାରତୁମ: ସୁଦାନରେ ସେନା ଓ ଅର୍ଦ୍ଧ ସାମରିକ ବାହିନୀ ମଧ୍ୟରେ ଶାନ୍ତି କଥାବାର୍ତ୍ତା ବିଫଳ ହେବା ପରେ ଶୁକ୍ରବାର ଗୁଳିଗୋଳା ମାଡ଼ ଓ ଏୟାର୍ ଷ୍ଟ୍ରାଇକ୍ ଜାରି ରହିଛି। ଖାରତୁମ ଓ ଓମଡରମାନ ବାସିନ୍ଦାଙ୍କ କହିବା ଅନୁଯାୟୀ, ସେନା ପୁନଃ ଏୟାର୍ ଷ୍ଟ୍ରାଇକ୍ ଆରମ୍ଭ କରିବା ସହ ଆକ୍ରମଣକୁ ଜୋରଦାର କରିଛି। ଅର୍ଦ୍ଧସାମରିକ ରାପିଡ୍ ସପର୍ଟ ଫୋର୍ସେସ୍ (ଆର୍ଏସ୍ଏଫ୍) ପଛଘୁଞ୍ଚା ଦେବାର ବି କୌଣସି ଲକ୍ଷଣ ଦେଖିବାକୁ ମିଳୁନାହିଁ। ଲୋକମାନେ ଦୟନୀୟ ଅବସ୍ଥା ଭିତରେ ଆତଙ୍କରେ ସମୟ କଟାଉଛନ୍ତି। ପ୍ରାୟ ଦୁଇମାସ ଧରି ସେନା ଓ ଆର୍ଏସ୍ଏଫ୍ ମଧ୍ୟରେ ଯୁଦ୍ଧ ଚାଲିଛି। ପ୍ରାୟ ୧.୨ ନିୟୁତ ଲୋକ ସୁଦାନ ଭିତରେ ଅନ୍ୟ ଅଞ୍ଚଳକୁ ସ୍ଥାନାନ୍ତରିତ ହୋଇଥିବା ବେଳେ ୪ ଲକ୍ଷରୁ ଅଧିକ ଲୋକ ପଡ଼ୋଶୀ ଦେଶକୁ ପଳାଇଛନ୍ତି। ଏହି ଯୁଦ୍ଧରେ ଇତିମଧ୍ୟରେ ୮୬୬ଜଣ ସାଧାରଣ ନାଗରିକଙ୍କ ସମେତ ପ୍ରାୟ ୧୮୦୦ ଲୋକ ମୃତ୍ୟୁ ବରଣ କରିସାରିଲେଣି ଏବଂ ହଜାର ହଜାର ଲୋକ ଆହତ ହୋଇଥିବା ଏକ ସୂଚନାରୁ ଜଣାପଡ଼ିଛି।




