ସୁଦାନର ଧ୍ବଂସ ଏୟାରଷ୍ଟ୍ରିପ୍ରୁ ବାୟୁସେନାର ସାହସିକ ଉଦ୍ଧାର
ନୂଆଦିଲ୍ଲୀ : ସୁଦାନ ରାଜଧାନୀ ଖରତୋମଠାରୁ ୪୦ କିମି ଉତ୍ତରରେ ଥିବା ଏକ ଛୋଟ ଏୟାରଷ୍ଟ୍ରିପ୍ ୱାଦି ସୟିଦନାରୁ ଗତକାଲି ରାତିରେ ଭାରତୀୟ ବାୟୁସେନା ଅତି ସାହସିକ ଉଦ୍ଧାର ଅପରେସନ୍ କରିଛି। ଜଣେ ଗର୍ଭବତୀଙ୍କ ସମେତ ମୋଟ୍ ୧୨୧ ଲୋକଙ୍କର ପୋର୍ଟ ସୁଦାନରେ ପହଞ୍ଚିବାପାଇଁ କୌଣସି ବାଟ ନଥିଲା। ଏୟାରଷ୍ଟ୍ରିପଟି ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଥିଲା। ଗୋଟିଏ ବିମାନ ଏଠାରେ ରାତିରେ ଅବତରଣ କରିବାପାଇଁ ଯେଉଁସବୁ ଆବଶ୍ୟକୀୟ ସୁବିଧାସୁଯୋଗ ଆବଶ୍ୟକ ତାହା ସେଠାରେ ନଥିଲା। ଭାରତୀୟ ବାୟୁସେନାର ସି-୧୩୦ଜେର […]
ନୂଆଦିଲ୍ଲୀ : ସୁଦାନ ରାଜଧାନୀ ଖରତୋମଠାରୁ ୪୦ କିମି ଉତ୍ତରରେ ଥିବା ଏକ ଛୋଟ ଏୟାରଷ୍ଟ୍ରିପ୍ ୱାଦି ସୟିଦନାରୁ ଗତକାଲି ରାତିରେ ଭାରତୀୟ ବାୟୁସେନା ଅତି ସାହସିକ ଉଦ୍ଧାର ଅପରେସନ୍ କରିଛି। ଜଣେ ଗର୍ଭବତୀଙ୍କ ସମେତ ମୋଟ୍ ୧୨୧ ଲୋକଙ୍କର ପୋର୍ଟ ସୁଦାନରେ ପହଞ୍ଚିବାପାଇଁ କୌଣସି ବାଟ ନଥିଲା। ଏୟାରଷ୍ଟ୍ରିପଟି ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଥିଲା। ଗୋଟିଏ ବିମାନ ଏଠାରେ ରାତିରେ ଅବତରଣ କରିବାପାଇଁ ଯେଉଁସବୁ ଆବଶ୍ୟକୀୟ ସୁବିଧାସୁଯୋଗ ଆବଶ୍ୟକ ତାହା ସେଠାରେ ନଥିଲା। ଭାରତୀୟ ବାୟୁସେନାର ସି-୧୩୦ଜେର ଗ୍ରୁପ କ୍ୟାପଟେନ ରବି ନନ୍ଦ କିନ୍ତୁ ଅତ୍ୟନ୍ତ ସାହସିକତାର ସହ ଅପରେସନ ଚଳାଇଥିଲେ। ନାଇଟ୍ ଭିଜନ ଗଗଲ୍ସ ଲଗାଇ ବିମାନକୁ ଏୟାରଷ୍ଟ୍ରିପ୍ରେ ଅବତରଣ କରାଯାଇଥିଲା। ବିମାନ ଅବତରଣ କରିବାପରେ ଇଂଜିନ ଚାଲିଥିଲା। ଏହି ସମୟରେ ବାୟୁସେନାର ୮ ଜଣ ଗାର୍ଡ କମାଣ୍ଡୋ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ଏହି ଅପରେସନ ପ୍ରାୟ ଅଢ଼େଇ ଘଣ୍ଟାର ଥିଲା। ବାୟୁସେନା ପାଇଁ ଏହା ଏକ ବଡ଼ ସଫଳତା।




