ସୁତଲେଜ ନଦୀକୁ କାର ଖସି ୩ ମୃତ
ନୂଆଦିଲ୍ଲୀ : ହିମାଚଳପ୍ରଦେଶ ଶିମଲାରେ ସୁତଲେଜ ନଦୀକୁ କାର ଖସି ପଡ଼ି ୩ ଜଣଙ୍କ ମୃତ୍ୟୁ ହୋଇଛି। ସୁମାରସେନ ସବଡିଭିଜନ୍ର ମାହୋଲ ନିକଟସ୍ଥ ଲୁହରି-ସୁନ୍ନି ରୋଡରେ ଗୁରୁବାର ସନ୍ଧ୍ୟାାରେ ଏହି ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ଯେଉଁମାନଙ୍କର ମୃତ୍ୟୁ ହୋଇଛି ସେମାନେ ହେଉଛନ୍ତି ଅଭୟ କୁମାର, ଜିତେଶ ଏବଂ ତାଙ୍କ ପତ୍ନୀ ବଂଶିକା। ଆହତ ଯାତ୍ରୀମାନେ ହେଉଛନ୍ତି ରାହୁଲ ଏବଂ ଅଂଶୁଲ। ଦୁର୍ଘଟଣା ଖବର ପାଇ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଆହତମାନଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। […]
ନୂଆଦିଲ୍ଲୀ : ହିମାଚଳପ୍ରଦେଶ ଶିମଲାରେ ସୁତଲେଜ ନଦୀକୁ କାର ଖସି ପଡ଼ି ୩ ଜଣଙ୍କ ମୃତ୍ୟୁ ହୋଇଛି। ସୁମାରସେନ ସବଡିଭିଜନ୍ର ମାହୋଲ ନିକଟସ୍ଥ ଲୁହରି-ସୁନ୍ନି ରୋଡରେ ଗୁରୁବାର ସନ୍ଧ୍ୟାାରେ ଏହି ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ଯେଉଁମାନଙ୍କର ମୃତ୍ୟୁ ହୋଇଛି ସେମାନେ ହେଉଛନ୍ତି ଅଭୟ କୁମାର, ଜିତେଶ ଏବଂ ତାଙ୍କ ପତ୍ନୀ ବଂଶିକା। ଆହତ ଯାତ୍ରୀମାନେ ହେଉଛନ୍ତି ରାହୁଲ ଏବଂ ଅଂଶୁଲ। ଦୁର୍ଘଟଣା ଖବର ପାଇ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଆହତମାନଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ସେମାନଙ୍କୁ କୁମାରସେନର ସିଭିଲ ହସ୍ପିଟାଲ ପଠାଯାଇଛି। ସେଠାରୁ ସେମାନଙ୍କୁ ଉତ୍ତମ ଚିକିତ୍ସାପ ପାଇଁ ଖାନେରିର ମହାତ୍ମା ଗାନ୍ଧି ମେଡିକାଲ ସର୍ଭିସ କମ୍ପ୍ଲେକ୍ସ ପଠାଯାଇଛି। ସିମଲା ଏସପି ସଂଜୀବ କୁମାର କହିଛନ୍ତି, ଉକ୍ତ ଘଟଣାରେ ଏକ ମାମଲା ରୁଜୁ ହୋଇଛି ଏବଂ ଏନେଇ ଅଧିକ ତଦନ୍ତ ଜାରି ରହିଛି।




