ସୁଖୋଇ-୩୦ ଯୁଦ୍ଧ ବିମାନରେ ଉଡିଲେ ରାଷ୍ଟ୍ରପତି
ତେଜପୁର: ଭାରତୀୟ ବାୟୁସେନାର ସୁଖୋଇ ଯୁଦ୍ଧ ବିମାନରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସାମ ସ୍ଥିତ ତେଜପୁର ବାୟୁସେନା ଘାଟିରେ ଥିବା ଯୁଦ୍ଧ ବିମାନ ସୁଖୋଇ-୩୦ ଏମକେଆଇ ଫାଇଟର ବିମାନରେ ବସି ରାଷ୍ଟ୍ରପତି ଆକାଶରେ ଉଡିଥିଲେ। ବିଶ୍ବର ଅନ୍ୟତମ ଶକ୍ତିଶାଳୀ ଯୁଦ୍ଧବିମାନ ସୁଖୋଇରେ ଚଢ଼ିବା କ୍ଷେତ୍ରରେ ଦ୍ରୌପଦୀ ହେଉଛନ୍ତି ଦେଶର ଦ୍ବିତୀୟ ମହିଳା ରାଷ୍ଟ୍ରପତି । ପୂର୍ବରୁ ୨୦୦୯ରେ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ ପୁଣେ ଏୟାରଫୋର୍ସ ବେସରୁ ସୁଖୋଇରେ ଚଢ଼ିଥିଲେ । ରାଷ୍ଟ୍ରପତିଙ୍କ ଗସ୍ତ […]
ତେଜପୁର: ଭାରତୀୟ ବାୟୁସେନାର ସୁଖୋଇ ଯୁଦ୍ଧ ବିମାନରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସାମ ସ୍ଥିତ ତେଜପୁର ବାୟୁସେନା ଘାଟିରେ ଥିବା ଯୁଦ୍ଧ ବିମାନ ସୁଖୋଇ-୩୦ ଏମକେଆଇ ଫାଇଟର ବିମାନରେ ବସି ରାଷ୍ଟ୍ରପତି ଆକାଶରେ ଉଡିଥିଲେ। ବିଶ୍ବର ଅନ୍ୟତମ ଶକ୍ତିଶାଳୀ ଯୁଦ୍ଧବିମାନ ସୁଖୋଇରେ ଚଢ଼ିବା କ୍ଷେତ୍ରରେ ଦ୍ରୌପଦୀ ହେଉଛନ୍ତି ଦେଶର ଦ୍ବିତୀୟ ମହିଳା ରାଷ୍ଟ୍ରପତି । ପୂର୍ବରୁ ୨୦୦୯ରେ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ ପୁଣେ ଏୟାରଫୋର୍ସ ବେସରୁ ସୁଖୋଇରେ ଚଢ଼ିଥିଲେ । ରାଷ୍ଟ୍ରପତିଙ୍କ ଗସ୍ତ ଲାଗି ତେଜପୁରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଗତକାଲି ରାଷ୍ଟ୍ରପତି କାଜିରଙ୍ଗା ନ୍ୟାସନାଲ ପାର୍କରେ ଆୟୋଜିତ ଉତ୍ସବରେ ଯୋଗଦେଇଥିଲେ । ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ଲାଗି ଗତ ୬ ତାରିଖରୁ ଆସାମ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ।




