ସୁଖବୀର ବାଦଲ୍‌ଙ୍କୁ ଆକ୍ରମଣ ମାମଲା; ଏନ୍‌ଆଇଏ ତଦନ୍ତ ଦାବି କଲା ଏସ୍‌ଏଡି

ନୂଆଦିଲ୍ଲୀ: ଶିରୋମଣି ଅକାଳୀ ଦଳ (ଏସ୍‌ଏଡି) ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କୁ ହତ୍ୟା ଉଦ୍ୟମ ପରେ ପଞ୍ଜାବ ରାଜନୀତି ସରଗରମ ହୋଇଛି। ଏନେଇ ଏସ୍‌ଏଡି ପକ୍ଷରୁ ଶାସକ ଆପ୍‌ ଓ କଂଗ୍ରେସକୁ ଦାୟି କରିଥିଲା, ଏହାକୁ ଉଭୟ ଖଣ୍ଡନ କରିଛନ୍ତି। ଏସ୍‌ଏଡି ଏହି ଆକ୍ରମଣ ପଛରେ ଖଲିସ୍ତାନୀ ତତ୍ବଙ୍କ ପ୍ରତ୍ୟକ୍ଷ ହାତ ରହିଛି ବୋଲି ଅଭିଯୋଗ କରି ଏହାର ଏନ୍‌ଆଇଏ ତଦନ୍ତ ଦାବି କରିଛି। ଦଳର ନେତା ନରେଶ ଗୁଜରାଲ୍‌ କହିଛନ୍ତି, ଏହି […]

Samaya Live Picture
Published On

ନୂଆଦିଲ୍ଲୀ: ଶିରୋମଣି ଅକାଳୀ ଦଳ (ଏସ୍‌ଏଡି) ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କୁ ହତ୍ୟା ଉଦ୍ୟମ ପରେ ପଞ୍ଜାବ ରାଜନୀତି ସରଗରମ ହୋଇଛି। ଏନେଇ ଏସ୍‌ଏଡି ପକ୍ଷରୁ ଶାସକ ଆପ୍‌ ଓ କଂଗ୍ରେସକୁ ଦାୟି କରିଥିଲା, ଏହାକୁ ଉଭୟ ଖଣ୍ଡନ କରିଛନ୍ତି। ଏସ୍‌ଏଡି ଏହି ଆକ୍ରମଣ ପଛରେ ଖଲିସ୍ତାନୀ ତତ୍ବଙ୍କ ପ୍ରତ୍ୟକ୍ଷ ହାତ ରହିଛି ବୋଲି ଅଭିଯୋଗ କରି ଏହାର ଏନ୍‌ଆଇଏ ତଦନ୍ତ ଦାବି କରିଛି। ଦଳର ନେତା ନରେଶ ଗୁଜରାଲ୍‌ କହିଛନ୍ତି, ଏହି ଆକ୍ରମଣ ପଞ୍ଜାବରେ ଅସ୍ଥିରତା ସୃଷ୍ଟି କରିବା ଉଦ୍ଦେଶ୍ୟରେ କରାଯାଇଛି। ଏହା ଆତଙ୍କବାଦୀ ସଂଗଠନ ଦ୍ବାରା ଉଦାରବାଦୀ ଶକ୍ତି ଉପରେ ଏକ ଆକ୍ରମଣ ଅଟେ। ପ୍ରାଥମିକ ତଦନ୍ତରେ ଆକ୍ରମଣକାରୀ ଜଣେ ଖଲସ୍ତାନୀ ସମର୍ଥକ। କାନାଡ଼ା, ଆମେରିକାରେ ଥିବା ବିଦେଶ ଶକ୍ତିଙ୍କ ଏହି ଆକ୍ରମଣର ସମ୍ପର୍କ ରହିଛି। ଏହାର ଏନ୍‌ଆଇଏ ତଦନ୍ତ ହେବା ଆବଶ୍ୟକ। ଆକ୍ରମଣ ପଛରେ ଥିବା ବ୍ୟକ୍ତିବିଶେଷଙ୍କ ମୁଖା ଖୋଲିବା ପରେ ପଞ୍ଜାବରେ ଶାନ୍ତି ଫେରିବା ସମ୍ଭବ ହେବ ବୋଲି ଗୁଜରାଲ୍‌ କହିଛନ୍ତି।

Tags: