ସୀମା ହାଇଦର ଆସିବାପରେ ସଚିନଙ୍କ ପରିବାରରେ ଦୁଃଖ
ନୂଆଦିଲ୍ଲୀ : ସଚିନ ମୀନା ଓ ତାଙ୍କ ପାକିସ୍ତାନୀ ପ୍ରେମିକା ସୀମା ହାଇଦର ଉତ୍ତରପ୍ରଦେଶ ଗ୍ରେଟର ନଏଡ଼ାର ଏକ ନୂଆ ଘରେ ରହୁଛନ୍ତି। ତେବେ ସେମାନେ ସେଠାରେ ଅତ୍ୟନ୍ତ କଷ୍ଟରେ ରହୁଛନ୍ତି। ଖାଇବାକୁ ସେମାନଙ୍କୁ ଯଥେଷ୍ଟ ଖାଦ୍ୟ ମଧ୍ୟ ନାହିଁ। ସଚିନଙ୍କୁ କିଛି କାମ ମିଳୁ ନ ଥିବାରୁ ସେ ଓ ତାଙ୍କ ପରିବାର ଅଭାବରେ ଅଉନ୍ତି। ସୀମା ଏକ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତ୍କାରରେ କହିଛନ୍ତି ଯେ ତାଙ୍କ ଯୋଗୁ ତାଙ୍କ ସ୍ବାମୀଙ୍କ ବାପା ମା’ ଯେଉଁ […]
ନୂଆଦିଲ୍ଲୀ : ସଚିନ ମୀନା ଓ ତାଙ୍କ ପାକିସ୍ତାନୀ ପ୍ରେମିକା ସୀମା ହାଇଦର ଉତ୍ତରପ୍ରଦେଶ ଗ୍ରେଟର ନଏଡ଼ାର ଏକ ନୂଆ ଘରେ ରହୁଛନ୍ତି। ତେବେ ସେମାନେ ସେଠାରେ ଅତ୍ୟନ୍ତ କଷ୍ଟରେ ରହୁଛନ୍ତି। ଖାଇବାକୁ ସେମାନଙ୍କୁ ଯଥେଷ୍ଟ ଖାଦ୍ୟ ମଧ୍ୟ ନାହିଁ। ସଚିନଙ୍କୁ କିଛି କାମ ମିଳୁ ନ ଥିବାରୁ ସେ ଓ ତାଙ୍କ ପରିବାର ଅଭାବରେ ଅଉନ୍ତି। ସୀମା ଏକ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତ୍କାରରେ କହିଛନ୍ତି ଯେ ତାଙ୍କ ଯୋଗୁ ତାଙ୍କ ସ୍ବାମୀଙ୍କ ବାପା ମା’ ଯେଉଁ ସମସ୍ୟାରେ ପଡ଼ିଛନ୍ତି ସେଥିରେ ସେ ଅତ୍ୟନ୍ତ ବିଚଳିତ। ବେଆଇନ ଭାବେ ତାଙ୍କର ଭାରତ ଅନୁପ୍ରବେଶ ଏବଂ ତଦନ୍ତ କାରଣରୁ ସଚିନଙ୍କ ପରିବାର ହଇରାଣ ହେଉଛନ୍ତି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ସୀମା ହାଇଦର ପ୍ରେମିକକୁ ବାହା ହୋଇ ତାଙ୍କ ସହ ରହିବା ପାଇଁ ନିଜର ସ୍ବାମୀ ଓ ପରିବାର ଛାଡ଼ି ପାକିସ୍ତାନରୁ ଭାରତ ଆସିବା ପରେ ଗତ ଜୁଲାଇ ୪ରେ ପୁଲିସ ହାତରେ ଧରାପଡ଼ିଥିଲେ। ସେ ଜଣେ ପାକିସ୍ତାନୀ ଗୁପ୍ତଚର ବୋଲି ସନ୍ଦେହ କରି ପୁଲିସ ଖୋଳତାଡ଼ ଜାରି ରଖିଛି।




