ସିିକ୍କିମ ବନ୍ୟା ମୃତ୍ୟୁସଂଖ୍ୟା ୬୦ ଟପିଲା , ୧୭୦୦ ପର୍ଯ୍ୟଟକ ଏବେ ବି ଫସିଛନ୍ତି

ନୂଆଦିଲ୍ଲୀ : ସିକ୍କିମରେ ବିପର୍ଯ୍ୟୟ ଆଣିଥିବା ତିସ୍ତା ନଦୀ‌ର ବନ୍ୟାରେ ମୃତ୍ୟୁସଂଖ୍ୟା ୬୦ ଟପି ଯାଇଛି। ୧୦୫ରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି। ଉଦ୍ଧାର ଅପରେସନ୍‌ ଏବେ ବି ଜାରି ରହିଛି। ବନ୍ୟା‌ ଯୋଗୁଁ ସିକ୍କିମର ୪ ଜିଲ୍ଲାରେ ୧୬୫୫ ଘର ମାଟିରେ ମିଶିଯାଇଛି ଏବଂ ୧୪ ଟି ପୋଲ ଭାସିଯାଇଛି। ପଶ୍ଚିମବଙ୍ଗରୁ ୪୦ଟି ସିକ୍କିମ ଶବ ମିଳିଲାଣି। ଜଲପାଇଗୁଡ଼ି ଜିଲ୍ଲା ପ୍ରଶାସନ କହିଛନ୍ତି, ସେମାନେ ତିସ୍ତା ନଦୀର ତଳିଆ ଅଞ୍ଚଳରୁ ୪୦ ମୃତଦେହ […]

Samaya Live Picture
Published On

ନୂଆଦିଲ୍ଲୀ : ସିକ୍କିମରେ ବିପର୍ଯ୍ୟୟ ଆଣିଥିବା ତିସ୍ତା ନଦୀ‌ର ବନ୍ୟାରେ ମୃତ୍ୟୁସଂଖ୍ୟା ୬୦ ଟପି ଯାଇଛି। ୧୦୫ରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି। ଉଦ୍ଧାର ଅପରେସନ୍‌ ଏବେ ବି ଜାରି ରହିଛି। ବନ୍ୟା‌ ଯୋଗୁଁ ସିକ୍କିମର ୪ ଜିଲ୍ଲାରେ ୧୬୫୫ ଘର ମାଟିରେ ମିଶିଯାଇଛି ଏବଂ ୧୪ ଟି ପୋଲ ଭାସିଯାଇଛି। ପଶ୍ଚିମବଙ୍ଗରୁ ୪୦ଟି ସିକ୍କିମ ଶବ ମିଳିଲାଣି। ଜଲପାଇଗୁଡ଼ି ଜିଲ୍ଲା ପ୍ରଶାସନ କହିଛନ୍ତି, ସେମାନେ ତିସ୍ତା ନଦୀର ତଳିଆ ଅଞ୍ଚଳରୁ ୪୦ ମୃତଦେହ ପାଇଲେଣି। ଏଯାବତ କେବଳ ୧୦ ମୃତଦେହକୁ ଚିହ୍ନଟ କରାଯାଇଛି। ସିକ୍କିମରେ ଏବେ ବି ୧୭୦୦ ପର୍ଯ୍ୟଟକ ଫସି ରହିଛନ୍ତି। ସେମାନଙ୍କ ମଧ୍ୟରେ ୬୩ ଜଣ ବିଦେଶୀ ନାଗରିକ ଅଛନ୍ତି। ‌ସେମାନେ ଉତ୍ତର ସିକ୍କିମର ଲାଚେନ, ଲାଚୁଙ୍ଗ, ଥାଙ୍ଗୁ ଏବଂ ଚୁଙ୍ଗଥାଙ୍ଗ ଅଞ୍ଚଳରେ ଫସି ରହିଛନ୍ତି। ସେମାନଙ୍କୁ ଖାଦ୍ୟ, ମେଡିକାଲ୍‌ ସହାୟତା ଏବଂ ଯୋଗାଯୋଗ ସୁବିଧା ପ୍ରଦାନ କରାଯାଉଛି। ଭାରତୀୟ ସେନାର ତ୍ରିଶକ୍ତି ସଦସ୍ୟ ନିଖୋଜ ଯବାନଙ୍କୁ ଏବେ ବି ଖୋଜିବା ଜାରି ରଖିଛନ୍ତି। ବନ୍ୟାରେ ମୋଟ୍‌ ୨୩ ଜଣ ଯବାନ ଭାସି ଯାଇଥିଲେ। ଅଧିକାରୀଙ୍କ ଅନୁଯାୟୀ ୨୩ ଯବାନଙ୍କ ମଧ୍ୟରୁ ଜଣଙ୍କୁ ଅକ୍ଟୋବର ୪ ତାରିଖରେ ଜୀବିତ ଉଦ୍ଧାର କରାଯାଇଥିଲା। ଅନ୍ୟପକ୍ଷେ ଅନ୍ୟ ୮ ଜଣଙ୍କୁ ମୃତ ଉଦ୍ଧାର କରାଯାଇଥିଲା।

Tags: